ସିଆର୍‌ପିଏଫ୍‌ ଯବାନ୍‌ଙ୍କ ଶେଷକୃତ୍ୟ ସଂପନ୍ନ: ଆସିକା ବ୍ଲକ ଘଟୁପୁର ଗାଁରେ ଶୋକାକୁଳ ପରିସ୍ଥିତି

ସିଆର୍‌ପିଏଫ୍‌ ଯବାନ୍‌ଙ୍କ ଶେଷକୃତ୍ୟ ସଂପନ୍ନ: ଆସିକା ବ୍ଲକ ଘଟୁପୁର ଗାଁରେ ଶୋକାକୁଳ ପରିସ୍ଥିତି

ଝାରସୁଗୁଡ଼ା/ ବ୍ରହ୍ମପୁର : ବ୍ରହ୍ମପୁରରୁ ପଞ୍ଜାବ ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରୁଥିବା ଝାରସୁଗୁଡ଼ାରେ ମୃତ୍ୟୁ ଘଟିଥିବା ସିଆର୍‌ପିଏଫ୍‌ ଯବାନଙ୍କର ଆଜି ଶେଷକୃତ୍ୟ କରାଯାଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଘଟୁପୁର ଗାଁରେ ଶୋକାକୁଳ ପରିସ୍ଥିତିରେ ପଞ୍ଜାବର ୨୪୫ ବାଟାଲିୟନର କନେଷ୍ଟବଳ ଜିତେନ୍ଦ୍ର କୁମାର ବିଶ୍ବାଳ(୪୫)ଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହା ପୂର୍ବରୁ ଯବାନଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନା ଅନୁସାରେ, ୧ ମାସର ଛୁଟି ପରେ ଶ୍ରୀ ବିଶ୍ବାଳ କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ହୀରାକୁଦ ଏକ୍ସପ୍ରେସ୍‌ ଯୋଗେ ବାହାରିଥିଲେ। ଦିନ ପ୍ରାୟ ଗୋଟାଏରେ ସମ୍ବଲପୁର ରେଳ ଷ୍ଟେସନରେ ପହଞ୍ଚିବା ବେଳକୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ଡାକ୍ତର ଆସି ତାଙ୍କର ଚିକିତ୍ସା କରିଥି‌ଲେ। ସେ ଆଂଶିକ ସୁସ୍ଥ ଅନୁଭବ କରିବା ପରେ ଟ୍ରେନ୍‌ ଝାରସୁଗୁଡ଼ା ଅଭିମୁଖେ ପ୍ରାୟ ଅଢ଼େଇଟାରେ ବାହାରିଥିଲା। ବୃନ୍ଦାମାଲ ନିକଟରେ ହଠାତ୍‌ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଝାରସୁଗୁଡ଼ା ‌ରୋଡ୍‌ ଷ୍ଟେସନରେ ଆର୍‌ପିଏଫ୍‌ ଓ ଜିଆର୍‌ପି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ତେବେ କେଉଁ କାରଣରୁ ଶ୍ରୀ ବିଶ୍ବାଳଙ୍କର ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe