ହସପିଟାଲରେ ଭୂତ ଭିଡିଓ ଚର୍ଚ୍ଚାରେ

Advertisment

ଝାରସୁଗୁଡ଼ା: ଭୂତକୁ ନେଇ ଅନେକ କାଳ୍ପନିକ ଓ ରୋଚକ କାହାଣୀ ସମସ୍ତେ ଶୁଣିଛନ୍ତି। ବିଜ୍ଞାନ ଯୁଗରେ ମଧ୍ୟ ଭୂତ ଉପରୁ ଲୋକଙ୍କ ଭୟ ବା ବିଶ୍ୱାସ ଆଜି ପଯ୍ୟର୍ନ୍ତ ଦୂର ହୋଇନାହିଁ। ଭୂତର ସ୍ଥିର ଚିତ୍ର ଓ ଭିଡ଼ିଓ ନିଆଯାଇଥିବା ଅନେକ ସମୟରେ ପ୍ରସାରିତ ମଧ୍ୟ ହୋଇଥାଏ। ତେବେ ଝାରସୁଗୁଡ଼ା ସହରରେ ଏବେ ଏକ ଭୂତ ଭିଡ଼ିଓ ବେଶ ଭାଇରାଲ ହୋଇଛି। ଭିଡ଼ିଓଟି ଏବେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୂରି ବୁଲୁଥିବା ବେଳେ ୟୁଟ୍ୟୁବ୍‌ରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଚିତ୍ରରେ ଧଳା ଡ୍ରେସ୍‌ ପିନ୍ଧି ବାଳ ମୁକୁଳା କରିଥିବା ଗୋଟିଏ ଝିଅ ରାତ୍ରିର ଅନ୍ଧାର ଭିତରେ ଗୋଟିଏ କୋଠାର ଗୋଟିଏ ମହଲାରୁ ଆଉ ଗୋଟିଏ ମହଲାକୁ ଡ଼େଇଁ ବୁଲୁଛି।

ଏହି କୋଠାଟି ଝାରସୁଗୁଡ଼ା ବାଇପାସ୍‌ ରୋଡ଼୍‍ର ଏକତାଲି ଠାରେ ଥିବା ସଂଜୀବନୀ ହସପିଟାଲର କୋଠା ବୋଲି କୁହାଯାଉଥିବାରୁ ଏବେ ଏହି ହସପିଟାଲରେ ରାତି ରହୁଥିବା ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ଭୟଭୀତ ହୋଇ ପଡ଼ିଛନ୍ତି। ରୋଗୀମାନେ ରାତି ହୋଇଗଲେ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି। ଏହି ରାସ୍ତାରେ ମଧ୍ୟ ଯାତାୟାତ କରୁଥିବା ଲୋକ ଭୂତକୁ ନେଇ ନାନା କାହାଣୀ କହୁଛନ୍ତି। ସନ୍ଧ୍ୟା ହେଲେ ଏହି ଅଞ୍ଚଳ ଏବେ ଖାଁଖାଁ ହୋଇଯାଉଛି। ଏ ନେଇ ହସପିଟାଲ କର୍ତ୍ତୃପକ୍ଷ ପୁଲିସର ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ଝାରସୁଗୁଡ଼ା ଥାନାରେ ହସପିଟାଲ କର୍ତ୍ତୃପକ୍ଷ ଲିଖିତ ଭାବରେ ଜଣାଇଛନ୍ତି ଯେ ମନ୍ଦ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଭୟଭୀତ କରିବା ପାଇଁ ଏଭଳି ଭିଡ଼ିଓ ଭାଇରାଲ କରାଯାଇଛି। ଏହା ଉପରେ ଆଇଆଇସି ସାବିତ୍ରୀ ବଳଙ୍କୁ ପଚାରିବାରୁ ସେ କହିଲେ ହସପିଟାଲ ପକ୍ଷରୁ ଏକ ଷ୍ଟେସନ ଡାଏରୀ ଦିଆଯାଇଛି। ଏହା ଉପରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe