ପୁଲିସ ଛିନତାଇ କରିନେବ କହି ଚୋର ଲୁଟିନେଲେ ୮ ଭରି ସୁନା

ସାମ୍ବାଦିକଙ୍କ ଘରୁ ଚୋରି

photo by : hindustantimes.com

ଝାରସୁଗୁଡ଼ା: ନୂଆଁ ଢ଼ଙ୍ଗରେ ଲୁଟେରା ମାନେ ଜଣେ ବୃଦ୍ଧାଙ୍କ ଠାରୁ ୮ ଭରି ଓଜନର ସୁନା ଚୁଡ଼ି ଲୁଟି ନେଇ ଥିବା ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଝାରସୁଗୁଡ଼ା ମାରୱାଡ଼ି ପଡ଼ାର ମନୋଜ କେଜିୱାଲଙ୍କ ମା’ ସାମିତ୍ରୀ ଦେବୀ ବୋଲି ଜଣାପଡ଼ିଛି। ବୃଦ୍ଧା ସକାଳ ସାଢ଼େ ୬ ଟାରେ ପ୍ରଭାତ ଭ୍ରମଣରେ ଯାଇ ଘରକୁ ଫେରୁଥିବା ବେଳେ ଝଣ୍ଡା ଚୌକରେ ୩/୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ଏହି ଯୁବକ ମାନେ କହିଥିଲେ ଯେ, ଆଗରେ ଏକ ହତ୍ୟାକାଣ୍ଡ ସଂଘଟିତ ହୋଇଛି। ସେଠାରେ ପୁଲିସ ସୁନା ଯାଞ୍ଚ କରି ଲୁଟି ନେଉଛି। ତେଣୁ ସେ ପିନ୍ଧିଥିବା ସୁନା ଚୁଡ଼ି ସେମାନେ ରଖିଥିବା ଏକ ବ୍ୟାଗରେ ପୁରାଇ ଦେବାକୁ କହି ଏହା ଆମେ ତୁମ ସାଙ୍ଗରେ ଘର ପର୍ଯ୍ୟନ୍ତ ନେଇ ଦେବୁ ବୋଲି ବିଶ୍ବାସ ଦେଇଥିଲେ। ବୃଦ୍ଧା ତାଙ୍କ କଥା ଅନୁଯାୟୀ ସୁନା ଚୁଡ଼ି ଖୋଲି ବ୍ୟାଗରେ ପୁରାଇ ଦେଇଥିଲେ ।

ଯୁବକମାନେ ଘର ପାଖରେ ପହଞ୍ଚିବା ପରେ ବୃଦ୍ଧଙ୍କ କାନିରେ ନକଲି ଚୁଡ଼ି ବାନ୍ଧି ଦେଇଥିଲେ ଓ ଲୁଚେଇ କରି ଘରକୁ ପଳାିବାକୁ କହିଥିଲେ। ବୃଦ୍ଧା ଜଣକ ଘରକୁ ଯାଇ ଜୁଡ଼ି ବାହାର କରିବା ବେଳେ ତହା ସୁନା ବଦଳରେ ନକଲି ଚୁଡ଼ି ଦୁଇଟି ଥିବା ଦେଖିଥିଲେ। ପରେ ଏ ନେଇ ପୁଲିସ ଏତଲା ଦେଇଥିଲେ।  ଝାରସୁଗୁଡ଼ା ସହର‌ରେ ପ୍ରତିଦିନ ଅଭିନବ ଉପାୟରେ ଚୋରୀ, ରହାଜାନି ଘଟୁଥିବା ବେଳେ ଏହା ପୁଲିସର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe