ହାଓଡ଼ା-ମୁମ୍ବାଇ ମେଲରୁ ୪୪ ଲକ୍ଷ ଟଙ୍କାର ଗହଣା ଲୁଟ୍‌

ହାଓଡ଼ା-ମୁମ୍ବାଇ ମେଲରୁ ୪୪ ଲକ୍ଷ ଟଙ୍କାର ଗହଣା ଲୁଟ୍‌

ଝାରସୁଗୁଡ଼ା: ହାଓଡ଼ା-ମୁମ୍ବାଇ ମେଲ୍‌ରୁ ଶନିବାର ସକାଳୁ ୪୪ଲକ୍ଷ ଟଙ୍କାର ଗହଣା ଲୁଟ୍‌ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଚୌକିପଡ଼ା ନିକଟରେ ଟ୍ରେନ୍‌ ମନ୍ଥର ଗତିରେ ଚାଲୁଥିବା ବେଳେ ଜଣେ ଲୁଟେରା ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଜୈନ କୋଶଳ ଜ୍ୱେଲେରୀର କର୍ମଚାରୀ ଲକ୍ଷ୍ମୀ ନାରାୟଣ ଶର୍ମାଙ୍କ ଠାରୁ ସୁନା ବ୍ୟାଗ ନେଇ ଫେରାର ହୋଇ ଯାଇଥିଲା। କୋଲକାତାରୁ ୨କିଲୋ ୬୩୨ଗ୍ରାମ ସୁନା ନେଇ ଲକ୍ଷ୍ମୀ ନାରାୟଣ ଫେରୁଥିଲେ। ଲକ୍ଷ୍ମୀ ସକାଳ ପାହିବା ପରେ ଜିଆରପି ଥାନାକୁ ଅଭିଯୋଗ ଦେବା ପାଇଁ ଯାଇଥିଲେ ହେଁ ପୁଲିସ ଏହାକୁ ଗ୍ରହଣ କରି ନଥିଲା। ଶେଷରେ ସନ୍ଧ୍ୟାରେ ଅଭିଯୋଗ ଗ୍ରହଣ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଲୁଟେରା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe