ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି, ଭର୍ତ୍ତି ହେଲେଣି ୧୪ ଅଂଶୁଘାତ ଆକ୍ରାନ୍ତ

Advertisment
ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି, ଭର୍ତ୍ତି ହେଲେଣି ୧୪ ଅଂଶୁଘାତ ଆକ୍ରାନ୍ତ

The Statesman

ଝାରସୁଗୁଡ଼ା: ପ୍ରାୟ ୧ ସପ୍ତାହ ହେବ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବି ୪୦ ଡିଗ୍ରି ଉପରେ ରହୁଛି। ଗୁରୁବାର ତାପମାତ୍ରା ୪୩.୮ ଡିଗ୍ରି ଥିବା ବେଳେ ଶୁକ୍ରବାର ମଧ୍ୟ ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଥିଲା। ତେବେ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ଯୋଗୁ ସମ୍ଭାବ୍ୟ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି। ଗୁରୁବାର ରାତିରେ ସହର ଉପ‌କଣ୍ଠରେ ଥିବା ଏଚ୍‌ କଟାପାଲିର ଜଣେ ୨୫ ବର୍ଷୀୟ ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ଜଣ ସମ୍ଭାବ୍ୟ ଅଂଶୁଘାତ ଆକ୍ରାନ୍ତ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୧୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ କେବଳ ଜଣେ ରୋଗୀଙ୍କର ଚିକିତ୍ସା ଜାରି ରହିଛି। ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ ଖୋଲାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe