କନକତୋରା : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅତାବିରା ଲିମଡିହି ଗାଁରେ ଘରୋଇ କଳିରୁ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ସ୍ବାମୀ ସନାତନ ମଲିକ (୫୫) ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ପାଞ୍ଚ ମଲିକ (୪୫)ଙ୍କୁ ନିଆଁ ଫୁଙ୍କା ଲୁହା ପାଇପ୍ରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ପାଞ୍ଚଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ରେଙ୍ଗାଲି ପୁଲିସ୍ ସନାତନ ଥାନାକୁ ଆଣି ଅଟକ ରଖିଛି। ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି। ଶନିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସନାତନର ଦୁଇ ପୁଅ ଅଛନ୍ତି। ଗୋଟିଏ ଝିଅର ବିବାହ ହୋଇସାରିଛି। ପୁଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ପାଇପ୍ଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us