ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ସ୍ବାମୀ

ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ସ୍ବାମୀ

www.vimsar.ac.in

ଝାରସୁଗୁଡ଼ା: ସୀମା ଟପିଲା ବର୍ବରତା। ପାରିବାରିକ କଳହକୁ ନେଇ ଝଗଡ଼ା ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ବାମୀ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମହୁଲପଡ଼ା-ଚିଠୁଆପଡ଼ାରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ଏହି ଘଟଣାରେ ସସ୍ମିତା ଓରାମ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ, ମୃତ ସସ୍ମିତାଙ୍କ ସ୍ବାମୀ ରାଜେଶ ଓରାମ(୨୨)କୁ ପୁଲିସ୍‌ ଗିରଫ କରିଛି।
ସୂଚନା ଅନୁସାରେ, ବର୍ଷକ ତଳେ ରାଜେଶ ଓ ସସ୍ମିତାଙ୍କର ବିବାହ ହୋଇଥିଲା। ରାଜେଶ ଶ୍ରମିକ ଭାବେ କାମ କରୁଥିଲେ। ବିବାହ ପରଠାରୁ ପ୍ରତିଦିନ ଉଭୟଙ୍କ ମଧ୍ୟରେ ପାରିବାରିକ ଘଟଣାକୁ କେନ୍ଦ୍ର କରି ଝଗଡ଼ା ଲାଗି ରହୁଥିଲା। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ରାଜେଶ କାମରୁ ଫେରିବା ପରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଜେଶ ଉତ୍ତ୍ୟକ୍ତ ହୋଇ ସସ୍ମିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା। ସସ୍ମିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe