୮୮ ବର୍ଷରେ ମିଳିଲା ଇନ୍ଦୁମତୀଙ୍କୁ ଭତ୍ତା

୮୮ ବର୍ଷରେ ମିଳିଲା ଇନ୍ଦୁମତୀଙ୍କୁ ଭତ୍ତା

ଝାରସୁଗୁଡ଼ା/ଲଇକେରା: ଇନ୍ଦୁମତୀ ନାୟକ। ଘର କିର୍ମିରା ବ୍ଲକ ଗୋଡ଼ପାନପାଲି ପଞ୍ଚାୟତର ସାରସମାଲ ଗ୍ରାମରେ। ସ୍ୱାମୀ ମାୟାଧର ନାୟକ ଅନେକ ବର୍ଷରୁ ତାଙ୍କୁ ଛାଡ଼ି ଚାଲି ଗଲେଣି। ଶରୀର ଦୁର୍ବଳ, ଦେହର ଚମ ଦୋହଲି ଗଲାଣି। ଥର ଥର ହାତରେ ବାଡ଼ି ଧରି ଭାଗ୍ୟକୁ ଆଦରି ପଡ଼ି ରହିଥିଲେ। ଏହି ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ୫ ଶହ ଟଙ୍କା ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ପେଟପାଇଁ ମୁଠାଏ ଖାଇବାକୁ ତ ପଡିବ। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଅଜୟ ଜେନା ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ କିର୍ମିରା ବିଡିଓ ଏବଂ ବିଏସ୍‌ଏସ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୮୦ ବର୍ଷ ପରେ ସରକାର ୫ ଶହ ଟଙ୍କା ଭତ୍ତା ପ୍ରଦାନ କରୁଥିବାରୁ ଏହି ବୃଦ୍ଧାଙ୍କୁ ନଭେମ୍ବର ୨୦୧୭ରୁ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଉପଜିଲ୍ଲାପାଳଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe