ଝାରସୁଗୁଡ଼ା: ଗୁଳିଚୋଟରେ ବ୍ୟବସାୟୀ ଆହତ

ଝାରସୁଗୁଡ଼ା: ଗୁଳିଚୋଟରେ ବ୍ୟବସାୟୀ ଆହତ

ଝାରସୁଗୁଡ଼ା: ସୋମବାର ସକାଳେ ବ୍ରଜରାଜନଗର ଓରିଏଣ୍ଟ୍‌ ଥାନା ଅନ୍ତର୍ଗତ କାଳୀନଗର ଠାରେ ଜଣେ ବ୍ୟବସାୟୀ ଦୁର୍ବୃତ୍ତଙ୍କ ଗୁଳିଚୋଟରେ ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତ ବ୍ୟବସାୟୀ ହେଉଛନ୍ତି ୪୫ ବର୍ଷିୟ ସଞ୍ଜୟ ଗୁପ୍ତା। ସକାଳ ପ୍ରାୟ ୭ଟା ବେଳେ ସେ ସକାଳବୁଲାରୁ ଫେରି ଘର ପାଖାପାଖି ହୋଇଥିବା ବେଳେ ବାଇକ୍‌ ଯୋଗେ ଦୁର୍ବୃତ୍ତମାନେ ପହଞ୍ଚି ଅତି ପାଖରୁ ତାଙ୍କ ଉପରକୁ ଚଳାଇ ଖସି ପଳାଇଛନ୍ତି।

ଦୁର୍ବୃତ୍ତମାନେ ପ୍ରାୟ ୩ ରାଉଣ୍ଡ୍‌ ଗୁଳି ଚଳାଥିବା କଥା କୁହାଯାଉଛି ଏବଂ ଦୁଇଟି ଗୁଳି ତାଙ୍କ ପେଟରେ ବାଜିଛି।

ଆହତ ସଞ୍ଜୟଙ୍କୁ ପରିବାର ଲୋକେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ଓରିଏଣ୍ଟ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe