ଝାରସୁଗୁଡା ଉପନିର୍ବାଚନ ପାଇଁ ରାଜନୀତି ସରଗରମ: ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିବ, କହିଲେ ବିଜେଡି ପର୍ଯ୍ୟବେକ୍ଷକ

Advertisment
ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ରହିଲେ ୯ ଜଣ ପ୍ରାର୍ଥୀ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ନେଇ ଆଜି ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଂଗଠନ ସମ୍ପାଦକ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ, ନବ ଦାସଙ୍କ ପୁଅ ଵିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡା ଉପନିର୍ବାଚନ ନେଇ ଖୁବଶୀଘ୍ର ବିଜେଡି କମିଟି ଗଠନ କରିବ। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୁରୁଦାୟିତ୍ୱ ମିଳିପାରେ । ଝାରସୁଗୁଡା ଉପ ନିର୍ବାଚନରେ ୨୦୨୪ନେଇ ଜନତାଙ୍କ ମତାମତ ପ୍ରତିଫଳିତ ହେବ। ତେବେ ବୈଠକ ପରେ ଝାରସୁଗୁଡାରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ନାୟକ କହିଛନ୍ତି ଯେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିବ। ଅନ୍ୟପଟେ ବିଜେପିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ ଝାରସୁଗୁଡା ଲଢେଇ ପାଇଁ ବିଜେପି ପୁରା ପ୍ରସ୍ତୁତ।

ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଦୁଇ ଦୁଇ ଥର ପର୍ଯ୍ୟବେକ୍ଷକ ଟିମ ଗ୍ରାଉଣ୍ଡ ରିଆଲିଟି ଚେକ କରିଛି। ଏପରିକି ଦଳର ବରିଷ୍ଠ ନେତାଙ୍କ ଏକ ଟିମ ଝାରସୁଗୁଡା ଗସ୍ତ କରି ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛି। ଏହାର ଏକ ରିପୋର୍ଟ ବିଜେପିର ରାଜ୍ୟ ସଭାପତିଙ୍କୁ ଦିଆଯାଇଛି | ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଦଳ ପ୍ରାର୍ଥୀ ଘୋଷଣା ହୋଇପାରେ। ଝାରସୁଗୁଡାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହିଁ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ। ସ୍ଥାନୀୟ ନେତା ତଥା କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରୋତ୍ସାହନରେ ହୋଇଛି ଏବଂ ଏବେ ତଦନ୍ତକୁ ବାଟବଣା କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଏକଥା ଝାରସୁଗୁଡାବାସୀ ଭୁଲି ପାରିବେ ନାହିଁ। ତାର ପରିଣାମ ଲୋକମାନେ ନିର୍ବାଚନରେ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe