ବିଜେଡ଼ି ମୁହାଁ ନବ, ବିଷାଦଗ୍ରସ୍ତ କିଶୋର ଶିବିର

ଦଳବଦଳ ଚର୍ଚ୍ଚାର ଅବସାନ ଘଟାଇ ନବ ଦାସ କହିଲେ, ‘ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି, କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି’

ଝାରସୁଗୁଡା : ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତା ତଥା କଂଗ୍ରେସ ଦଳର ଜଣେ ବାହୁବଳୀ ନେତା କୁହାଯାଉଥିବା ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ବିଜେଡ଼ି ମୁହାଁ ହେବା କଥାକୁ ବିଜେଡିର କିଶୋର ଶିବିର ଆଦୌ ଗ୍ରହଣ କରିପାରୁ ନାହାନ୍ତି। ନବ ବିଜେଡିରେ ଯୋଗଦେଲେ କଂଗ୍ରେସ ଦଳ ଯେତିକି କ୍ଷତିଗ୍ରସ୍ତ ହେବ ନାହିଁ ତା’ଠାରୁ ଶହେଗୁଣ ଅଧିକ କ୍ଷତିଗ୍ରସ୍ତ ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେବା ଆରମ୍ଭ କଲେଣି।

ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାତଳେ ଥିବା କିଶୋର ମହାନ୍ତି ବିଧାନସଭାର ବାଚସ୍ପତି, ରାଜ୍ୟସଭା ସଦସ୍ୟ ପରି ଦାୟିତ୍ୱ ନିର୍ବାହ କରି ଆସୁଥିବା ବେଳେ ନବଙ୍କ ଠାରୁ ପରାଜୟ ବରଣ ପରେ ମଧ୍ୟ ନବୀନ ତାଙ୍କୁ ଥଇଥାନ ଭିତ୍ତିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନରେ ବସାଇଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କୁ ଝାରସୁଗୁଡାରୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରାଯିବ ବୋଲି ଜିଲ୍ଲା ବିଜେଡ଼ି କର୍ମୀ ମହଲ ନିଶ୍ଚିତ ଥିବା ବେଳେ ନବ ବିଜେଡ଼ିକୁ ପ୍ରବେଶ କରୁଥିବା ଚର୍ଚ୍ଚା ଏହି ଅଶାରେ ପାଣି ଫେରି ଦେଇଛି। ନବ ବିଜେଡିକୁ ଆସିଲେ ଝାରସୁଗୁଡାରୁ ବିଜେଡ଼ି ଟିକେଟରେ ପ୍ରତିଦ୍ୱନ୍ଦିତା କରିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତାଙ୍କ ପୁତ୍ର ବିଶାଳ ଦାସଙ୍କୁ ବ୍ରଜରାଜନଗର ଆସନରୁ ବିଜେଡ଼ି ଟିକେଟରେ ବିଜୟୀ କରିବାକୁ ନବ କୁଆଡେ ନବୀନଙ୍କୁ ବିଶ୍ୱାସ ଦେଇଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାର ବିଜେଡ଼ି କ୍ଷମତା ନବଙ୍କ ହାତକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି।

ନବଙ୍କ ହାତରେ ବିଜେଡ଼ କ୍ଷମତା ରହିଲେ କିଶୋର ମହାନ୍ତିଙ୍କୁ କେଉଁ ଆସନରୁ ବିଜେଡ଼ି ଟିକେଟ ଦେବ ସେ ନେଇ କିଶୋର ଶିବିର ଏବେ ଚିନ୍ତିତ ହୋଇ ପଡିଛନ୍ତି। କିଶୋରଙ୍କ ଏକାନ୍ତ ଅନୁଗତମାନେ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି। ରାଜନୀତିରେ କେହି କାହାର ଶତ୍ରୁ ହୋଇନଥିଲେ ମଧ୍ୟ ଜିଲ୍ଲାରେ ନବଙ୍କୁ ଜୀବନ ସାରା ବିରୋଧ କରି ଆସୁଥବା ବିଜେଡ଼ିର କର୍ମୀ ନେତା କିଭଳି ତାଙ୍କ ସହିତ ରହିବେ ସେ ନେଇ ମନଉଣା କଲେଣି। ନବଙ୍କ ଶିବିିରରୁ ବିଭିନ୍ନ କାରଣରୁ କିଶୋର ଶିବିରକୁ ଯାଇଥିବା କିଛି କର୍ମୀ ଏହାକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି।

ବିଜେଡିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ନବନୀ ବାବୁ ଆମକୁ ଅକଳରେ ପକାଇବା ଯାହା ନବ ବିଜେଡ଼ିକୁ ଯିବାର ଅର୍ଥ ତାହା। ନବ ବିଜେଡ଼ିକୁ ଆସିଲେ କେଉଁ ମୁହଁରେ ସେ ତାଙ୍କର ପ୍ରଶଂସା କରିବେ ବା ତାଙ୍କ ସହିତ ରହିବେ ତାହା ସେ ଠଉରାଇ ପାରୁନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe