ଝାରସୁଗୁଡ଼ା ଡାଏରୀ: ଭିନ୍ନ ଭିନ୍ନ ଅପରାଧିକ ଘଟଣାରେ ୧୦ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା ଡାଏରୀ: ଭିନ୍ନ ଭିନ୍ନ ଅପରାଧିକ ଘଟଣାରେ ୧୦ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଭିନ୍ନ ଭିନ୍ନ ୩ଟି ଘଟଣାରେ ଝାରସୁଗୁଡ଼ା ପୁଲିସ ମଙ୍ଗଳବାର ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଡ଼ମାଳ ଥାନା ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେହିପରି ସ୍କ୍ରାପ ଚୋରୀ ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ୱାମୀ ଗିରଫ ହୋଇଛି।

୬ ଜୁଆଡ଼ି ଗିରଫ: ବଡ଼ମାଳ ଥାନା ଅନ୍ତର୍ଗତ ବଞ୍ଜାରି କିସାନ ପଡ଼ା ଠାରେ ଆଜି ଏକ ଜୁଆ ଆଡ୍ଠା ଉପରେ ଚଢ଼ାଉ କରି ପୁଲିସ ସତ୍ୟବାନ କିସାନ, ସନ୍ତୋଷ ବିଶ୍ବାସ, କୁନା କିସାନ, ଭରତ ଓରାକ, ରାଜ କୁମାର ଓରାକ, ଗୌରବ ଚନ୍ଦ୍ର ନାରାଏନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏକାନଙ୍କ ପାଖରୁ ତାସ ପୁଡ଼ିଆ ଓ ୪,୫୦୦ ଟଙ୍କା ଜବତ ହୋଇଥିବା ନେଇ ଆଇଆଇସି ଅମିତାଭ ପଣ୍ଡା ଜଣାଇଛନ୍ତି।

publive-image

ସ୍କ୍ରାପ ଚୋରୀ ବେଳେ ୩ ଗିରଫ:  ବେଦାନ୍ତ ଗେଟ୍‌ ନିକଟରେ ସ୍କ୍ରାପ ଚୋରୀ କରି ନେଉଥିବା ବେଳେ ପୁଲିସ ୩ ଜରଙ୍କୁ ଗିରଫ କରିଛି। ଏଥିରେ ବ୍ୟବହୃତ ମିନି ଟ୍ରକ ସହିତ ସ୍କ୍ରାପ ଜବତ ହୋଇଛି। ଗିରଫ ହୋଇଥିବା ବ୍ରକ୍ତି ମାନେ ହେଲେ ଶ୍ରୀଧର ଦଳେଇ, ବାବୁ ଶେଖ୍‌ ଓ ମମତାଜ ଅଲ୍ଲି। ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପତ୍ନୀକୁ ଆକ୍ରମଣ ସ୍ବାମୀ ଗିରଫ: କାତିକେଲା ଠାରେ ଜଣେ ବ୍ୟକ୍ତି ଆଜି ତାର ପତ୍ନୀକୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଜଣାଯାଇଛି। ଏହି ଗ୍ରାମର ପ୍ରକାଶ ବେହେରା ଗତ ୪ ବର୍ଷ ତଳେ ଜ୍ୟୋତିରାଣୀ ବେହେରାଙ୍କୁ ବିବାହ କରିଥିଲେ। ଆଜି କୌଣସି କାରଣକୁ ନେଇ ସ୍ବାମୀ ପ୍ରକାଶ ସ୍ତ୍ରୀଙ୍କ ହାତକୁ ଚକଚରେ ହାଣି ଦେଇଥିଲେ। ଫଳରେ ଜ୍ୟୋତୀରାଣୀ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଆହତ ଜ୍ୟୋତିରାଣୀକୁ ଡାକ୍ତରଖାନା ଆଣିବା ପରେ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସ୍ବାମୀ ପ୍ରକାଶକୁ ଗିରଫ କରାଯାଇଥିବା ଆଇଆଇସି ଅମିତାଭ ପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe