ଝାରସୁଗୁଡ଼ା: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୁପା ମୁଦ୍ରା ନେଇ ଗଲେ ୧୨ ଜଣ ଡକାୟତ

ଝାରସୁଗୁଡ଼ା: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୁପା ମୁଦ୍ରା ନେଇ ଗଲେ ୧୨ ଜଣ ଡକାୟତ

ଲଇକେରା: ବୁଧବାର ରାତିରେ ବାଗଡ଼ିହି ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତ ଦଳ ପଶି ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌ କରିଛନ୍ତି।

ରାତି ପ୍ରାୟ ୩: ୩୦ ରୁ ୪: ୦୦ ମଧ୍ୟରେ ୧୨ ଜଣ ମୁଖାପିନ୍ଧା ଡକାୟତ ଶ୍ୟାମଲାଲ୍‌ ଅଗ୍ରଓ୍ଵାଲ୍‌ ନାମକ ସେ ବ୍ୟବସାୟୀଙ୍କ ଘରପଛ ଆଡ଼େ ଥିବା ଠାକୁରଘର ଝରକାର ଗ୍ରିଲ୍‌ ଖୋଲି ଭିତରକୁ ପଶିଥିଲେ। ବେଡ୍‌ରୁମ୍‌ କବାଟର ତାଲା ଭାଙ୍ଗି ସେମାନେ ଶ୍ୟାମଲାଲ୍‌ ଏବଂ ତାଙ୍କ ପତ୍ନୀ ମଞ୍ଜୁଙ୍କୁ ଡରାଇ ତାଙ୍କ ଠାରୁ ଷ୍ଟିଲ୍‌ ଆଲମାରି ଚାବି ନେଇ ଯାଇଥିଲେ।

ସେଥିରେ ଆଲମିରାର ଲକର ଖୋଲି ଡକାୟତମାନେ ସୁନା ଓ ରୁପା ଗହଣା ସହ କିଛି ରୁପା ମୁଦ୍ରା ମଧ୍ୟ ନେଇ ଯାଇଥିଲେ। ବାର ଜଣ ଡକାୟତଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ। ଚଡ଼ି ଓ ଗଞ୍ଜି ପରିହିତ ସେ ଡକାୟତମାନେ ପିନ୍ଧା ଚପଲକୁ ଅଣ୍ଟାରେ ବାନ୍ଧିଥିଲେ ଏବଂ ଝାଡ଼ଖଣ୍ଡୀ ଓ ଗୁଜରାତୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଶ୍ୟାମଲାଲ୍‌ କହିଛନ୍ତି।

publive-image

ସେମାନେ ଘର ଭିତରେ ପ୍ରାୟ ଅଧ ଘଣ୍ଟାଏ ରହି ବିଭିନ୍ନ ସ୍ଥାନରେ ଉଣ୍ଡଳା ଉଣ୍ଡୁଳି କରିଥିଲେ ଓ ଯିବା ସମୟରେ ଗୋଟାଏ ଶାଢ଼ି ଚିରି ସେଥିରେ ପତିପତ୍ନୀଙ୍କ ଗୋଡ଼ହାତ ବାନ୍ଧି ପକାଇ ପଳାଇ ଯାଇଥିଲେ।

ଘରର ହତା ମଧ୍ୟରେ ଥିବା ୩ଟି ମଟରସାଇକେଲ୍‌କୁ ମଧ୍ୟ ସେମାନେ ଉଠାଇ ପାଚେରି ଆରପଟକୁ ଫିଙ୍ଗି ଦେଇଥିଲେ।
ଡକାୟତମାନେ ୮ଟି ସୁନାମୁଦି, ଗୋଟିଏ ସୁନା ବ୍ରେସ୍‌ଲେଟ୍‌, ୩ଟି ସୁନା ଚେନ୍‌, ୨ଟି ସୁନା ଚୁଡ଼ି, ୪ ହଳ ସୁନା କାନଫୁଲ, ୨୦୦ ରୁପା ମୁଦ୍ରା ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ନେଇ ଯାଇଛନ୍ତି।

ବାଗଡ଼ିହି ଫାଣ୍ଡି ଅଧିକାରୀ ସୁରେଶ ଭଇଁସାଲ ଏବଂ ଲଇକୋରା ଥାନା ଅଧିକାରୀ ବିଶ୍ୱପତି ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେମାନଙ୍କ ସହ ଝାରସୁଗୁଡ଼ାରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe