ଇବଥର୍ମାଲ: ମଙ୍ଗଳବାର ସଂଧ୍ୟାରେ ଲଖନପୁର ବ୍ଲକ୍ କୁଶ୍ରାଲୋଇ ପଞ୍ଚାୟତ ଓରାମ ପଡ଼ାରେ କାଳବୈଶାଖୀ ଝଡ଼ବର୍ଷା ପ୍ରଭାବରେ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଗାଁର ସୁରେଶ ଓରାମ, ଅତୁଲ୍ୟ ମୁଣ୍ଡା, ଶୋଭନାଥ ଓରାମ, ଶାନ୍ତନୁ ଓରାମ, ଦୁତିଆ ଓରାମ, ସୁନୀଲ ମୁଣ୍ଡାଙ୍କ ଘର ଛାତ ଆଜବେଷ୍ଟସ ଛାତ ଉଡ଼ି ଯାଇଛି। ଏ ସଂକ୍ରାନ୍ତରେ କୁଶ୍ରାଲୋଇ ସରପଞ୍ଚ ରୂପସୀ ସେଠ କ୍ଷତିପୂରଣ ଯୋଗାଇ ଦେବାକୁ ବନ୍ଧବାହାଲ ଆରଆଇ ସୁସ୍ମିତା ନାୟକଙ୍କୁ ଅବଗତ କରିଛନ୍ତି। ଆରଆଇ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଯୋଗାଇ ଦେଇଥିବା ସୂଚନା ମିଳିଛି। ବୁଧବାର ୬ ଜଣ କ୍ଷତିଗ୍ରସ୍ତ ବନ୍ଧବାହାଲ ଆରଆଇଙ୍କ ଜରିଆରେ ଲଖନପୁର ତହସିଲଦାରଙ୍କୁ ଲିଖିତ ଭାବେ ସହାୟତା ପାଇଁ ନିବେଦନ କରିଛନ୍ତି। ଏହି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସହାୟତା ଯୋଗାଇବାରେ ତୁରନ୍ତ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us