ଝାରସୁଗୁଡ଼ା: ବୁଧବାର ଉଦ୍ଧାର ହୋଇଥିବା ବିହାର ପାଟନା ଜିଲ୍ଲାର ଅପହୃତା ନାବାଳିକାକୁ ଗୁରୁବାର ଝାରସୁଗୁଡ଼ା ଓପନ ସେଲଟରକୁ ପଠାଯାଇଛି। ବିବାହିତ ଯୁବକ ସଂଜୟ କୁମାର ଏହି ନାବାଳିକାଙ୍କୁ ଆଣି ଏଠାରେ ରଖିଥିଲା। ଯୁବକଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଚାଇଲ୍ଡ ଲାଇନ ସହାୟତାରେ ବିଟିଏମ୍ ଅଞ୍ଚଳରେ ଥିବା ଏକ ଭଡ଼ା ଘରୁ ନାବାଳିକାକୁ ଉଦ୍ଧାର କରିଥିଲା ଓ ତା ସହିତ ଥିବା ଯୁବକ ସଂଜୟକୁ ଗିରଫ କରିଥିଲା। ନାବାଳିକାର ଡାକ୍ତରୀ ମାଇନା ପରେ ଓପନ ସେଲ୍ଟର୍କୁ ପଠାଯାଇଥିବା ଜଣାଯାଇଛି।
ଅପହୃତା ନାବାଳିକା ଓପନ ସେଲଟରକୁ ଗଲା
Advertisment
Follow Us