ହତ୍ୟାକାରୀ କୋର୍ଟ ଚାଲାଣ

Advertisment
ହତ୍ୟାକାରୀ କୋର୍ଟ ଚାଲାଣ

ଝାରସୁଗୁଡ଼ା: ରୋଷେଇ କରିବାକୁ କେନ୍ଦ୍ର କରି ଗଣ୍ଡଗୋଳ ପରେ ଉତ୍ତ୍ୟକ୍ତ ଜଣେ ଶ୍ରମିକ ତାର ସାଥୀ ଶ୍ରମିକଙ୍କୁ ପରିବା କଟା ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏକ ଘଟଣା ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ବକ୍ସି ଛକରେ ଗତ ମଙ୍ଗଳବାର ରାତ୍ରିରେ ଘଟିଥିଲା। ତଦନ୍ତକାରୀ ପୁଲିସ୍‌ ଇନ୍‌ସପେକ୍ଟର ସୁଚିସ୍ମିତା ମହାନ୍ତି ଅଭିଯୁକ୍ତ ଧନଞ୍ଜୟ ତିଓ୍ଵାରୀ ଓରଫ ପଣ୍ଡିତକୁ ଗୁରୁବାର କେସ ନମ୍ବର ୬୦୯ ଆଇପିସି ଦଫା ୩୦୨ରେ କୋର୍ଟ ଚାଲାଣ କରିଛନ୍ତି। ରୋଷେଇ କରିବାକୁ ନେଇ ମିଥୁନ ସାଇନି (୨୨)କୁ ଧନଞ୍ଜୟ ଛୁରି ଭୁସି ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe