ଝାରସୁଗୁଡ଼ା: ବୀମା କର୍ମଚାରୀ ମିଳିତ ମଞ୍ଚ ଆହ୍ଵାନରେ ଏକ ଘଣ୍ଟିଆ ଅଫିସ ଛାଡ଼ ଧର୍ମଘଟରେ ସାମିଲ ହୋଇଥିଲେ ଝାରସୁଗୁଡ଼ା ବୀମା କର୍ମଚାରୀ। ଆଜି ଦିନ ୧ ଘଣ୍ଟାରୁ ୨ଟା ପଯ୍ୟର୍ନ୍ତ ବେହେରାମାଲ ଜୀବନ ବୀମା କାଯ୍ୟର୍ାଳୟର କର୍ମଚାରୀ, ଅଫିସର, ଉନ୍ନୟନ ଅଧିକାରୀ ଏହି ଧର୍ମଘଟରେ ଯୋଗ ଦେଇଥିଲେ। ବୀମା କର୍ମଚାରୀ ତାଙ୍କ ୫ ଦଫା ଦାବି ଯଥା ୨୨ ବର୍ଷରୁ ବନ୍ଦ ପଡ଼ିଥିବା ନୂତନ ନିଯୁକ୍ତି, ୨୦୧୨ରୁ ମଜୁରୀ ସଂଶୋଧନ ବକେୟା ପ୍ରଦାନ, କର୍ମଚାରୀଙ୍କ ପେନସନ୍ ପ୍ରଦାନ, ରାଷ୍ଟ୍ରାୟାତ୍ତ ସଂସ୍ଥା ବୀମାକୁ ଘରୋଇକରଣରୁ ମୁକ୍ତ ରଖିବା ଓ ଅଫିସ କାଯ୍ୟର୍କୁ ୫ ଦିନ କରାଯିବ ପ୍ରଭୃତି ଉପରେ ମତାମତ ପ୍ରଦାନ କରିଥିଲେ। ଅରୁଣ ଚଇନିଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭାରେ ସୁରେଶ ନାୟକ,ଅଶ୍ୱିନୀ ବେହେରା,କାନନ ନାୟକ,ସାବିତ୍ରୀ ଡୁଡୁମ,ଦୀପିକା ବକ୍ସଲା,ତ୍ରିନାଥ କାଲୋ,ଦୁଲାରାମ ବେହେରା,ଶଶିଭୂଷଣ ସା,ହୀରେନ ସାଏ,ଉଦିତ ଉର୍ମା,ଦେବେନ୍ଦ୍ର ନାୟକ,ବରୁନ ପଟେଲ,ଖଗେଶ୍ୱର ପାତ୍ର,ବେଦବ୍ୟାସ ଭୋଇ ଉପସ୍ଥିତ ଥିଲେ। ସେହିପରି ଜିଆଇସିର ସମସ୍ତ ଶାଖା ମଧ୍ୟ ଏକ ଘଣ୍ଟା ପାଇଁ ବନ୍ଦ ଥିଲା ବୋଲି ବୀମା କର୍ମଚାରୀ ସଂଘ ପକ୍ଷରୁ ରତ୍ନାକର ପ୍ରଧାନ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us