Loot: ଲୁଟ ଅଭିଯୋଗରେ ୨ ଗିରଫ: ୧୭ ହଜାର ଟଙ୍କା, ମୋବାଇଲ ସହ ବାଇକ ଜବତ

loot

loot Photograph: (sambad.in)

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଆମଦରହ-ଜୁନାନୀମୁଣ୍ଡା ରାସ୍ତାରେ ଗତକାଲି ଅପରାହ୍ନରେ ରାଜପୁର କଟାପାଲିର ମନବୋଧ ପଣ୍ଡାଙ୍କ ଠାରୁ ଏକ ମୋବାଇଲ ଓ ୨୦ ହଜାର ଟଙ୍କା ୩ ଜଣ ଲୁଟେରା ଲୁଟି ନେଇଥିଲେ । ପୁଲିସ ଅନୁସନ୍ଧାନ କରି  ୨ ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୧୭,୨୦୦ ଟଙ୍କା,ମୋବାଇଲ ଫୋନ, ବାଇକ ଜବତ କରିଛି । ଅଭିଯୁକ୍ତ ୨ ଜଣ ହେଲେ ମୁଣ୍ଡାପଡାର ମଣ୍ଟୁ ଲୁହର,(୨୭) ଓ  କୁନାଲ ଲୁହାର(୨୪) । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣକ ଫେରାର ରହିଛି। ପୁଲିସ ଏକ ମାମଲା ରୁଜୁକରି  ଅଧିକ ତଦନ୍ତ କରୁଛି।

ସୂଚନା ଅନୁସାରେ ଅଭିଯୋଗକାରୀ  ମନବୋଧ ପଣ୍ଡା କେନ୍ଦୁପତ୍ର ଫଡ଼ିର ହେଡଟେକର ରୂପେ କାର୍ଯ୍ୟ କରନ୍ତି।ଗତକାଲି ସେ ଆମଦରହରୁ ଘରକୁ ନିଜ ବାଇକରେ ଫେରୁଥିବା ସମୟରେ ୩ଜଣ ଯୁବକ ଏକ ପଲସର ବାଇକରେ ସମ୍ମୁଖରୁ ଆସି ଆମଦରହ ରାସ୍ତା ପଚାରି ଥିଲେ । ଶ୍ରୀ ପଣ୍ଡା ନିଜ ଗାଡିଟିକୁ ଟିକେ ଧିମା କରିବା ଦେଖି ଅଭିଯୁକ୍ତ ୨ଜଣ ପଲସର ଗାଡିରୁ ଓହ୍ଲାଇ ଶ୍ରୀ ପଣ୍ଡାଙ୍କ ମୋବାଇଲ ଓ  ୨୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe