Sun sets behind a power tower near a building in New Delhi February 4, 2006. REUTERS/Kamal Kishore/Files
କୁଚିଣ୍ଡା: କୁଚିଣ୍ଡା ନିକଟ ଭେଡ଼େନ ନଦୀ କୂଳରେ ଏଲଏଣ୍ଡଟି କମ୍ପାନି ପକ୍ଷରୁ ଏକ ମେଗା ଲିଫଟ ପ୍ରକଳ୍ପ କାମ ଚାଲିଥିବା ବେଳେ ବୁଧବାର ସଂଧ୍ୟା ଅଘଟଣରେ ୨ ଜଣ ଯୁବ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗୁମଲେଇ ଅଞ୍ଚଳର ଜଳନ୍ଧର ମିର୍ଦ୍ଧା ଓ ସମୀର ମିର୍ଧା ବୋଲି ଜଣାପଡ଼ିଛି। ଜଳନ୍ଧର ମିର୍ଧା ସଂଧ୍ୟା ୬ଟାରୁ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଣ୍ଟରେ ଝୁଲି ରହିଥିଲେ। ତାଙ୍କୁ ପରେ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଳନ୍ଧର ୩୦ ଫୁଟ୍ ଉଚ୍ଚର ଏକ ବିଦ୍ୟୁତ ଖୁଣ୍ଟ ଉପରକୁ କାହାକୁ ନ ଜଣାଇ କାମ କରୁଥିଲେ। ବିଦ୍ୟୁତ ଆଘାତରେ ସେ ଖୁଣ୍ଟ ଉପରେ ଲଟକି ରହିଥିବା ସଂଧ୍ୟାରେ ଦେଖାଯାଇଥିଲା।
କମ୍ପାନିର କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ବିଭାଗୀୟ ସୂଚନା ଅନୁସାରେ, ସର୍ଟସର୍କିଟ୍ ହେବାରୁ ଗୋଟିଏ ଫେଜ୍ରେ ଲାଇନ୍ କଟି ଯାଇଥିଲା। ୧୩୨.୩୩ ଖଣ୍ଡୋକଟା ଗ୍ରିଡ୍ର ଫ୍ୟୁଜ୍ ପୋଡ଼ି ଯାଇଥିଲା। ଏହା ପରେ େଓ୍ଵସ୍କୋ ପକ୍ଷରୁ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏଲଏଣ୍ଟଟି କର୍ମଚାରୀ ସମୀର ମିର୍ଦ୍ଧା ଖୁଣ୍ଟରେ ଚଢି ଜଳନ୍ଧରଙ୍କୁ ଉଦ୍ଧାର କରୁଥିବା ବେଳେ ଅନ୍ୟ ଏକ ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଥିବାରୁ ସେ ମଧ୍ୟ ସେହି ତାରରେ ଲାଗି ଗୁରୁତର ଆଘାତ ପାଇଥିଲେ। ଖୁଣ୍ଟ ଉପରୁ ତଳେ କଚାଡି ହୋଇ ପଡ଼ିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ରହିଛି। ଉଦ୍ଧାର କାର୍ଯ୍ୟ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା।
Follow Us