ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ କରି ରାସ୍ତାରୋକ

ବିବାହିତ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା  ଅଭିଯୋଗ କରି ରାସ୍ତାରୋକ

କଣ୍ଟାବାଞ୍ଜି/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କନୁଟ ମାଲପଡ଼ା ସ୍କୁଲ ନିକଟରୁ ଗୁରୁବାର ସକାଳେ ସଲଣ୍ଡି ଗାଁର ଭଗତ ଧରୁଆ (୪୦)ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି।
ଭଗତ ବୁଧବାର କୌଣସି ଏକ କାମରେ ଅନ୍ୟ ଏକ ଗାଁକୁ ଯାଇଥିଲେ। ରାତି ଘର ଲୋକଙ୍କୁ ଫୋନ ଯୋଗେ ସେ ମାଲପଡ଼ା ତାଙ୍କ ଜଣେ ସମ୍ପକୀୟଙ୍କ ଘରେ ରାତ୍ରିଭୋଜନ କରି ଫେରିବେ ବୋଲି କହିଥିଲେ।

ମାତ୍ର ଗୁରୁବାର ସକାଳେ ତାଙ୍କ ମୃତଦେହ କନୁଟ ମାଲପଡ଼ା ସ୍କୁଲ ନିକଟରୁ ମିଳିଥିଲା। ଖବର ପାଇ ବେଲପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ବେଲପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମାମଲାର ତଦନ୍ତ କରୁଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ କଣ୍ଟାବାଞ୍ଜି- ପାଟଣାଗଡ଼ ରାସ୍ତାର ସଲଣ୍ଡିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ପରେ ବେଲପଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଏବଂ ପାଟନାଗଡ଼ ପୁଲିସ ଏସ୍‌ଡିପିଓ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା, ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଏସ୍‌ଡିପିଓ ମଧ୍ୟ ଘଟଣାର ଉଚିତ୍‌ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe