ଝାରସୁଗୁଡ଼ା: ଶୁକ୍ରବାର ଅପରାହଣ ସାଢ଼େ ୩ଟା ସମୟରେ ମରାକୁଟା ପଞ୍ଚାୟତ ଛକରୁ ଜଣେ ୪୫-୫୦ ବର୍ଷିଆ ମାନସିକ ଅସ୍ୱାଭାବିକ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ପିଡି ସତ୍ୟନାରାୟଣ ଦାସଙ୍କଠାରୁ ଖବର ପାଇ ମିସନ ଆଶ୍ରାର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଏକ ଆମ୍ବୁଲାନ୍ସ ସହାୟତାରେ ମହିଳାଙ୍କ ଚିକିତ୍ସା କରାଯାଇଛି। ମହିଳା ଜଣକ କେତେବେଳେ ନିଜ ପରିଚୟ ଯୋଡ଼ା ତ କେତେବେଳେ ବଡ଼ବିଲ ଆଉ କେତେବେଳେ ମୟୂରଭଂଜ କହୁଥିବା ଜଣାପଡ଼ିଛି। ମିସନ ଆଶ୍ରା ପକ୍ଷରୁ ମହିଳାଙ୍କ ଚିକିତ୍ସା ଚାଲିଛି। ପିପୁଲସ ଫୋରମ ସହାୟତାରେ ଗତ ଦୁଇ ମାସରୁ ଅଧିକ ସମୟ ହେଲା ୭୭ ଜଣ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଦ୍ଧାର କରାଯାଇଛି।
ମାନସିକ ଅସ୍ୱାଭାବିକ ମହିଳା ଉଦ୍ଧାର
Advertisment
Follow Us