ଝାରସୁଗୁଡ଼ା/ବ୍ରଜରାଜନଗର: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତାଳପଟିଆ ନୋଡାଲ୍ ସ୍କୁଲ୍ରେ ଜନୈକା ମାନସିକ ଅନଗ୍ରସର ଛାତ୍ରୀଙ୍କୁ ପାଠ ପଢ଼ୁ ନଥିବା ଦର୍ଶାଇ ଜଣେ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ପିଟିଏ କମିଟିରେ ଅଭିଯୋଗ କରିବା ପରେ କିଛି ଶିକ୍ଷକ ତାଙ୍କ ଝିଅ ପ୍ରତି ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଥିବା ଦର୍ଶାଇ ଛାତ୍ରୀଙ୍କ ମା’ ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ସଂପୃକ୍ତ ଛାତ୍ରୀ ଜଣକ ପ୍ରାୟ ୬୦ ପ୍ରତିଶତ ମାନସିକ ଅନଗ୍ରସର ଥିବା ବେଳେ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସିଡବ୍ଲୁସି ଅଧ୍ୟକ୍ଷ ଜନ୍ମେଜୟ ଦାଶ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us