ରିଆମାଳ: କୁଣ୍ଢେଇଗୋଳା ଥାନାଞ୍ଚଳର ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ତାଳଚେରର ତ୍ରିନାଥ ବାରିକ (୨୦) ପ୍ରତାରଣା କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାର ମା’ ଲିଖିତ ଏତଲା ଦେବା ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ରତ୍ନାକର ମଲ୍ଲିକ ସୂଚନା ଦେଇଛନ୍ତି। ତାଙ୍କ ଝିଅ ସହ ତ୍ରିନାଥର ୬ ମାସ ତଳେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିବାହ ପ୍ରଲୋଭନ ଦେଇ ତ୍ରିନାଥ ଅନେକ ଥର ତା’ ସହ ଶାରୀରିକ ସଂପର୍କ ବି ସ୍ଥାପନ କରିଥିଲା। ମାତ୍ର ଝିଅ ବାହା ହେବାକୁ ଜିଦ୍ କରିବାରୁ ସେ ଆଉ ଧରାଛୁଆଁ ଦେଉ ନାହିଁ। ତେଣୁ ବାଧ୍ୟ ହୋଇ ସେ ଥାନାରେ ଏତଲା ଦେଇଥିବା ନାବାଳିକାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us