ନାବାଳିକାଙ୍କୁ ଦୁଷ୍କର୍ମ : ଜଣେ ଗିରଫ, ୨ ଅଟକ

ନାବାଳିକାଙ୍କୁ ଦୁଷ୍କର୍ମ : ଜଣେ ଗିରଫ, ୨ ଅଟକ

photo by : India.com

କୋଲାବିରା/ଘଣ୍ଟାପଡ଼ା : ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ସଂଘଟିତ ଦୁଇଟି ପୃଥକ୍‌ ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୨ ଜଣ ନାବାଳକ ଅଟକ ଅଛନ୍ତି। ପ୍ରକାଶ ଯେ, କୋଲାବିରା ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ କାପୁଟିକ୍ରା ଗ୍ରାମର ସୁଶାନ୍ତ ବାଗ (୨୬)ଙ୍କୁ ଗିରଫ କରିଛି। ଶୁକ୍ରବାର କୋର୍ଟ କରାଯିବ ବୋଲି ଆଇଆଇସି ସୁକୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ସେହିପରି କଣ୍ଟାମାଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ୨ ନାବାଳକଙ୍କୁ ଅଟକ ରଖି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିଛି। ଅଭିଯୋଗ ଅନୁସାରେ, ଗତ ୧୭ ତାରିଖରେ ନାବାଳିକା ଜଣକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ୨ ଜଣ ନାବାଳକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ଘଣ୍ଟାପଡ଼ା ଫାଣ୍ଡିରେ ଅଭିଯୋଗ ହେବା ପରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କଣ୍ଟାମାଳ ଆଇଆଇସି ନରେଶ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe