ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ଯୁବକ ଗିରଫ

ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ଯୁବକ ଗିରଫ

ଝାରସୁଗୁଡା: ଝାରସୁଗୁଡ଼ା ଥାନାଞ୍ଚଳର ଏକ ଆପାର୍ଟମେଣ୍ଟରେ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷିୟା ନାବାଳିକାକୁ ଗର୍ଭବତୀ କରି ଫେରାର୍‌ ଥିବା ଉକ୍ତ ଆପାର୍ଟମେଣ୍ଟର ରୋଷେଇଆ ରାଜୀବ ଯାଦବକୁ ପୁଲିସ୍‌ ଗିରଫ କରିଛି। ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ରାଜୀବ ଶାରୀରିକ ସଂପର୍କ ରଖି ଆସୁଥିଲା। ୮ ମାସର ଗର୍ଭବତୀ ଥିବା ଜାଣିବା ପରେ ସେ ଫେରାର୍‌ ହୋଇଯାଇଥିଲା। ଚାଇଲ୍‌ଡ ଲାଇନ୍‌ର ହସ୍ତକ୍ଷେପ କ୍ରମେ ଝିଅର ବାପା-ମା’ ଗତ ୭ ତାରିଖ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଏକ ସ୍ବତନ୍ତ୍ର ଟିମ୍‌ ବିହାର୍‌ ଯାଇଥିଲେ। ଉକ୍ତ ଟିମ୍‌ ସେଠାକାର ବାଙ୍କେବିହାର ଥାନା ଫୁଲଡୁମୁରା ଗ୍ରାମରୁ ରାଜୀବକୁ ଗିରଫ କରି ଝାରସୁଗୁଡ଼ା ଆଣିଥିଲେ। ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe