Livestrong.com
ରିଆମାଳ: ରିଆମାଳ ବ୍ଲକ ଛତାବର ଛକରେ ମଂଗଳବାର ସକାଳୁ ଜଣେ ମା’ ନିଜ ଦୁଇ ବର୍ଷର ଶିଶୁ ପୁତ୍ରକୁ ଛାଡିଦେଇ କାହା ସାଂଗରେ ଫେରାର ହୋଇଯାଇଥିବା ଅଭିଯୋଗ ଚର୍ଚାର ବିଷୟ ହୋଇଛି। ଚିଙ୍ଗୁଡିଝରଣର ରଂଜିତ ପ୍ରଧାନ ତିନିବର୍ଷ ତଳେ ବାଗଡିଆ ନିକଟସ୍ଥ କଇଁଛଗୁଡା ଗ୍ରାମର ତୁଳସୀ ପ୍ରଧାନ (୨୦)ଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ ପ୍ରୀତମ ନାମକ ଏକ ଦୁଇ ବର୍ଷର ଶିଶୁ ପୁତ୍ର ଅଛି। ରଂଜିତ ବାହାରେ ରହି କାମ କରୁଥିଲେ। ମଂଗଳବାର ତୁଳସୀ କୈାଣସି ବସରେ ଘରୁ ଚାଲିଆସିଥିଲେ। ଦୁଇ ବର୍ଷର ପୁଅକୁ ଛତାବର ଛକରେ ଛାଡି ବସରେ ଚାଲିଯାଇଥିଲେ। ଛକରେ ଏକା ବୁଲି କାନ୍ଦୁଥିବା ବେଳେ ବହୁଲୋକ ରୁଣ୍ଡ ହୋଇଥିଲେ। ସେହି ଭିଡରେ ତାର ମଉସା ପ୍ରୀତମକୁ ଚିହ୍ନିଥିଲେ। ଫଳରେ ସଙ୍ଗେସଙ୍ଗେ ଚିଙ୍ଗୁଡିଝରଣ ତାଙ୍କ ଘରକୁ ଖବର ଦିଆଯାଇଥିଲା। ରଂଜିତ ଆସିବା ପରେ ଗ୍ରାମବାସୀ ତାଙ୍କ ପୁଅକୁ ତାଙ୍କ ଜିମାରେ ଛାଡିଥିଲେ।
Follow Us