ଉଦଘାଟିତ ହେଲା ଝାରସୁଗୁଡ଼ାର ନୂଆ ବସ୍ ଟର୍ମିନାଲ

Advertisment
ଉଦଘାଟିତ ହେଲା ଝାରସୁଗୁଡ଼ାର ନୂଆ ବସ୍ ଟର୍ମିନାଲ

ଝାରସୁଗୁଡା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଶେଷରେ ଝାରସୁଗୁଡ଼ାବାସୀ ପାଇଲେ ସ୍ଥାୟୀ ବସ୍ ଟର୍ମିନାଲ। ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ସହରର ବାଲିଜୋରିଠାରେ ନିର୍ମିତ ଏହି ନୂତନ ବସ ଟର୍ମିନାଲ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଟର୍ମିନାଲର ଉଦଘାଟନ କରିଛନ୍ତି।

publive-image

ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲପାଳ ଅବୋଲି ସୁନୀଲ ନରୱନେ, ଏସପି ସ୍ମିତ ପରମାର ପି ଓ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜିଠାରୁ ସମସ୍ତ ନାଇଟ କୋଚ ବସ ଏହି ଟର୍ମିନାଲରେ ରହିବାକୁ ଥିବା ବେଳେ ଆସନ୍ତାକାଲିଠାରୁ ଅନ୍ୟ ସମସ୍ତ ଘରୋଇ ବସ ଏଠାରୁ ଯାତାୟାତ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe