ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ

ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ

ଝାରସୁଗୁଡ଼ା: ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଆବୋଲି ସୁନୀଲ ନରୱଣେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଗତକାଲି ସୋନପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇ ସେଠାରୁ ନୂତନ କାର୍ଯ୍ୟସ୍ଥଳ (ଝାରସୁଗୁଡ଼ା)କୁ ଯାଇ କାର୍ଯ୍ୟରେ ଯୋଗଦାନ କରିଥିବା ଜଣାଯାଇଛି। ସେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।
ବିଦାୟୀ ଜିଲ୍ଲାପାଳ ଶ୍ରୀ ସାମଲ ଜିଲ୍ଲାର ଅଧିକାରୀମାନଙ୍କୁ ନୂତନ ଜିଲ୍ଳାପାଳଙ୍କ ସହ ପରିଚିତ କରାଇବା ସହ ଗଠନମୂଳକ କାର୍ଯ୍ୟରେ ଅଧିକାରୀମାନଙ୍କ ଦକ୍ଷତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନୂତନ ଜିଲ୍ଲାପାଳ ନରୱଣେ ସମସ୍ତ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ । ୨୦୧୫ ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ନରୱଣେ ଏହା ପୂର୍ବରୁ ସୋନପୁର ଜିଲ୍ଳାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।

ଉଲ୍ଲେଖଯୋଗ୍ୟ, ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କୁ ଝାରସୁଗୁଡ଼ାରେ ନୂଆ ଦାୟିତ୍ବ ମିଳିଥିଲା। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି ହୋଇଥିଲା। ଝାରସୁଗୁଡ଼ାରେ ଉପନିର୍ବାଚନ ପୂର୍ବରୁ ଶ୍ରୀମତୀ ନରୱଣେଙ୍କୁ ବଦଳି କରାଯାଇଥିଲା।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe