ନବବିବାହିତ ଶିକ୍ଷକ ଦମ୍ପତିଙ୍କ ନିଆରା ପ୍ରୟାସ: ପତିପତ୍ନୀ କଲେ ବୃକ୍ଷରୋପଣ

ନବବିବାହିତ ଶିକ୍ଷକ ଦମ୍ପତିଙ୍କ ନିଆରା ପ୍ରୟାସ: ପତିପତ୍ନୀ କଲେ ବୃକ୍ଷରୋପଣ

ଝାରସୁଗୁଡ଼ା: ବର୍ତ୍ତମାନ ସମୟରେ ଲୋକଙ୍କୁ ଅମ୍ଳଜାନ ପ୍ରଚୁର ପରିମାଣରେ ଆବଶ୍ୟକ ହେଉଥିବା କାରଣରୁ ଲୋକଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ସହିତ ପ୍ରକୃତିକୁ ସୁନ୍ଦର କରିବା ନିମନ୍ତେ ନବବିବାହିତ ଶିକ୍ଷକ ଦମ୍ପତି ବୃକ୍ଷରୋପଣ କରିଛନ୍ତି।

ଗୋଡ଼ଭଗା ସାରସ୍ୱତ ଡିଗ୍ରି ମହାବିଦ୍ୟାଳୟରେ ଅଧ୍ୟାପନାରତ ଅଧ୍ୟାପିକା ସୀତା ସାହୁ ଏବଂ ଝାରସୁଗୁଡ଼ା ଡିଏଭି ବିଦ୍ୟାଳୟର ଶିକ୍ଷକ ପ୍ରେମାନନ୍ଦ ମାହାନା ନିଜ ବିବାହ କାର୍ଯ୍ୟକ୍ରମ ଅବସରରେ ବୃକ୍ଷର ମାହାତ୍ମ୍ୟ ପ୍ରଚାର ତଥା ପରିବେଶ ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖୋଲା ସ୍ଥାନରେ ଓ ମନ୍ଦିର ପ୍ରାଙ୍ଗଣରେ ଆମ୍ବ ଆଦି ବୃକ୍ଷରୋପଣ କରିଛନ୍ତି। ପରିବେଶକୁ ସନ୍ତୁଳିତ କରିବା ସହ ସବୁଜ ପୃଥିବୀ ତିଆରି ପାଇଁ ଜନସମାଜ ସମସ୍ତେ ଆଗ୍ରହୀ ହେବା ଜରୁରୀ ବୋଲି ଶିକ୍ଷକ ଦମ୍ପତି ମତବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe