ବିଜେଡିରେ ଯୋଗଦାନକୁ ଅସ୍ବୀକାର, କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ: ନବ

ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ବହିଷ୍କୃତ

ଝାରସୁଗୁଡା : ମୁଁ କଂଗ୍ରେସ ଛାଡ଼ୁନାହିଁ ବୋଲି ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ସ୍ପଷ୍ଟ କରିଛନ୍ତି। ଏ ନେଇ ସେ ଏକ ପ୍ରେସ ବିଜ୍ଞପ୍ତି ଦେଇଛନ୍ତି। ସେଥିରେ ଦର୍ଶାଇଛନ୍ତି ଯେ ଗତ କିଛି ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ ଖବର ପ୍ରଚାରିତ ହୋଇ ଆସୁଛି। ଏହା ଏକ ଅପପ୍ରଚାର ଓ ଏଭଳି ଅପପ୍ରଚାର କରୁଥିବା ବ୍ୟକ୍ତିମାନେ ଏଥିରୁ କ୍ଷାନ୍ତ ହୁଅନ୍ତୁ।

ଶ୍ରୀ ଦାସ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ସେ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ। କଂଗ୍ରେସ ଦଳର ନୀତି ଆଦର୍ଶରେ ସେ ଅନୁପ୍ରାଣିତ ଅଟନ୍ତି। କଂଗ୍ରେସ ଦଳର ଉତ୍ଥାନ ଓ ପତନ ସମୟରେ ସେ ଶୃଙ୍ଖଳାର ସହିତ କାର୍ଯ୍ୟକରି ଆସିଥିବା ବେଳେ ଦଳ ପାଇଁ ଅତୀତରେ କରିଥିବା କାର୍ଯ୍ୟପାଇଁ ତାଙ୍କୁ ସଂପ୍ରତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଦଳ ପକ୍ଷରୁ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଛି ସେ ତା’କୁ କରିଛନ୍ତି ଓ ଆଗକୁ ମଧ୍ୟ କରିବେ। ସେ ଦଳ ଛାଡ଼ିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।

ଏ ସଂପର୍କରେ ବିଧାୟକ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ ଯେ, ମୋର ଦଳ ଛାଡ଼ିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ମୁଁ ବିଦେଶ ଗସ୍ତରେ ଥିବା ସମୟରେ ମଧ୍ୟ ମୋ ନାମରେ ଚର୍ଚ୍ଚା ହେଉଥିଲା। ଏଭଳି କୌଣସି ନିଷ୍ପତ୍ତି ମୁଁ ନେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe