ନୂଆଡିହି ଟୋଲଗେଟରେ ପୁଣି ଟ୍ରେଲର ଧକ୍କା

ନୂଆଡିହି ଟୋଲଗେଟରେ ପୁଣି ଟ୍ରେଲର ଧକ୍କା

ବ୍ରଜରାଜନଗର: ଏନଏଚ ୪୯ ନିର୍ମାଣାଧୀନ ନୂଆଡିହି ଟୋଲଗେଟ୍‌କୁ ଏକ ଟ୍ରେଲର (ଓଡି ୧୬ବି ୯୧୬୨) ବୁଧବାର ଅପରାହ୍‌ଣରେ ଧକ୍କା ଦେବାରୁ ଗୋଟିଏ ପାର୍ଶ୍ୱର ଗେଟ୍‌ ଭାଙ୍ଗି ଯାଇଛି। ଟ୍ରେଲରଟି ଗାନ୍ଧୀ ଛକ ଦିଗରେ ଯାଉଥିଲା। ଅପର ପାର୍ଶ୍ୱରେ କୌଣସି ଗାଡ଼ି ଯାଉ ନଥିବା ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ହୋଇନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟ୍ରେଲରଟି ଗାଡ଼ିର ହେଲପର ଚଳାଉଥିଲା। ତେବେ, ଏହି ନିର୍ମାଣାଧୀନ ଟୋଲଗେଟ ଦେଇ ଅନେକ ଥର ପୂର୍ବରୁ ଦୁର୍ଘଟଣା ହୋଇସାରିଲାଣି। ଭାରି ଯାନ ନିୟନ୍ତ୍ରଣ ହରାଇ ଗେଟର କ୍ୟାବିନଗୁଡ଼ିକୁ ଭାଙ୍ଗି ଦେଉଥିବା ଦେଖାଯାଉଛି। କାହିଁକି ଏହି ସ୍ଥାନରେ ବାରମ୍ବାର ଭାରି ଯାନ ନିୟନ୍ତ୍ରଣ ହରାଉଛନ୍ତି ସେ ବିଷୟରେ ସ୍ପଷ୍ଟ କାରଣ ଜଣାପଡ଼ୁନାହିଁ। ଟୋଲଗେଟ୍‌ ନିର୍ମାଣରେ ରହିଥିବା ତ୍ରୁଟିକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଗାଡ଼ି ଚାଳକମାନେ ମଧ୍ୟ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe