ଝାରସୁଗୁଡ଼ା: ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣରେ ନକଲି ମଦ ଜବତ, ମ୍ୟାନେଜର ଗିରଫ

ଝାରସୁଗୁଡ଼ା: ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣରେ ନକଲି ମଦ ଜବତ, ମ୍ୟାନେଜର ଗିରଫ

ଝାରସୁଗୁଡା: ର୍କିମିରା ବ୍ଲକ ବାଗଡ଼ିହିରେ ଥିବା ଏକ ବିଦେଶୀ ମଦ ଦୋକାନର ମ୍ୟାନେଜର ରହୁଥିବା ଘରୁ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି। ଲଇକେରା ଥାନାଧିକାରୀ ପି.କେ ତ୍ରିପାଠୀଙ୍କ ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡା ଏସଡିପିଓଙ୍କ ନେତୃତ୍ୱରେ ଲଇକେରା ପୁଲିସ ଓ ବାଗଡ଼ିହି ଫାଣ୍ଡିର ମିଳିତ ଭାବରେ ସୂଚନା ପାଇଥିବା ନକଲି ବିଦେଶୀ ମଦ ବିକ୍ରିକୁ ନେଇ ଚଢ଼ାଉ କରିଥିଲେ।

ବାଗଡ଼ିହିସ୍ଥିତ ବିଦେଶୀ ମଦ ଦୋକାନ ନିକଟରେ ଦୋକାନର ମ୍ୟାନେଜର ଅମ୍ବିକା ସିଂ (୬୫) ରହୁଥିବା ଘରେ ୧୩ ପେଟି ହୁସ୍କି, ୧୦ ଲିଟର ସ୍ପିରିଟ, ହଜାରେରୁ ଅଧିକ ଠିପି ଓ ଷ୍ଟିକର  ଜବତ କରିବା ସହିତ ଅମ୍ବିକା ସିଂକୁ ଗିରଫ କରିଛି।

ସେ ଉକ୍ତ ବିଦେଶୀ ମଦ ଦୋକାନରେ ମ୍ୟାନେଜର ଭାବରେ କିଛି ବର୍ଷ ହେଲା କାମ କରୁଛି। କେଶ ନଂ ୨୦୬/୧୮ରେ ଗିରଫ କରି ଶନିବାର କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ। ଏହି ନକଲି ବିଦେଶୀ ମଦ ଖାଲି ବାଗଡ଼ିହି ଅଂଚଳରେ ତିଆରି ହେଉଥିଲା ନା ଏହାର ଚେର ଆଉ କୁଆଡେ ଲମ୍ବିଛି ତାହା ତଦନ୍ତ ସାପେକ୍ଷ ବୋଲି ଅଂଚଳ ବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe