ଅନ୍‌ଲାଇନ୍‌ ସପିଂ ନାଁରେ ଠକେଇ

Advertisment
ଅନ୍‌ଲାଇନ୍‌ ସପିଂ ନାଁରେ ଠକେଇ

ndtv

ଝାରସୁଗୁଡ଼ା: ଅନ୍‌ଲାଇନ୍‌ ସପିଂ ନାଁରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ଓଏମ୍‌ପି ରୋଡ୍‌ର ସନାତନ ପଟେଲ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ଶ୍ରୀ ପଟେଲଙ୍କ ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଗତ ୩୧ ତାରିଖ ଦିନ ଶ୍ରୀ ପଟେଲ ମୋବାଇଲ୍‌ ଦେଖୁଥିବା ବେଳେ ଆମାଜନ୍‌ କମ୍ପାନି ନାଁରେ ଏକ ବିଜ୍ଞାପନ ଦେଖିଥିଲେ। ସେଠାରେ ଏକ ବ୍ୟାଗ୍‌ର ମୂଲ୍ୟ ୧୯୯ ଟଙ୍କା ରହିଥିଲା। ଉକ୍ତ ବ୍ୟାଗ୍‌ କିଣିବା ପାଇଁ ସେ ଡେଲିଭରି ଆଡ୍ରେସ୍‌ ଦେବା ପରେ ପେମେଣ୍ଟ ପାଇଁ ଅପ୍‌ସନ ଆସିଥିଲା। ଶ୍ରୀ ପଟେଲ କ୍ୟାସ୍‌ ଅନ୍‌ ଡେଲିଭରି ଦେବା ପରେ ଟ୍ରାଞ୍ଜାକ୍ସନ ହୋଇନଥିଲା। ତେଣୁ ସେ କ୍ରେଡିଟ୍‌ କାର୍ଡ ବିକଳ୍ପ ଦେଖିଥିଲେ। ସେଠାରେ ପେମେଣ୍ଟ କରିବା ବେଳେ ତାଙ୍କ ନିକଟକୁ ଏକ ଓଟିପି ଆସିଥିଲା। ଓଟିପି ସେୟାର କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୨୪୪୧୨ ଟଙ୍କା କଟି ଯାଇଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି କାର୍ଡ ବ୍ଲକ୍‌ କରିବା ସହ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe