ଝାରସୁଗୁଡ଼ା: ଝାରସୁଗୁଡ଼ା ଦମକଳ କେନ୍ଦ୍ରରେ ଯେତିକି ଭିତ୍ତିଭୂମି ରହିବା କଥା ନଥିବାରୁ ଏହା ଜନସାଧାରଣଙ୍କୁ ସେବା ଯୋଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ଦିନ ହେଲା ଏହି ଦମକଳ କେନ୍ଦ୍ରରେ ଥିବା ଜରୁରୀ ଫୋନ୍ ଲାଇନ୍ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ଦୁର୍ଘଟଣା, ଅଗ୍ନିକାଣ୍ଡ ଭଳି ଆପଦ କାଳରେ ଦମକଳ କେନ୍ଦ୍ରକୁ ଖବର ଦେବାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଗତ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିବା ସମୟରେ ଫୋନ୍ ଲାଗି ନଥିଲା। ଏଠାରେ ଥିବା ସହକାରୀ ଫାୟାର ଅଫିସର ମଧ୍ୟ କୌଣସି ତାଲିମ କାଯ୍ୟର୍କ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଯାଇଥିବା ଜଣାଯାଇଛି। ତେବେ ଦମକଳ କେନ୍ଦ୍ର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଲାଗିଥିବା ଟେଲିଫୋନ୍ ଲାଇନ କଟାଯିବା ଘଟଣା ଚର୍ଚାରେ ରହିଛି। ଏ ସଂପର୍କରେ ସହକାରୀ ଅଗ୍ନିଶମ ଅଧିକାରୀ ଏସ୍. ମୁଦୁଲିଙ୍କୁ ପଚାରିବାରୁ ସେ କହିଲେ ଯେ ଟେଲିଫୋନ୍ ବିଲ ବାବଦରେ ୧୨ ଶହ ଟଙ୍କା ଥିବା ବେଳେ ଗତ କିଛି ଦିନ ତଳେ ଏକ ହଜାର ଟଙ୍କା ଜମା କରାଯାଇଥିଲା ଓ ସଂପୃକ୍ତ ଟେଲିଫୋନ୍ ବିଭାଗ ଅଧିକାରୀଙ୍କୁ ଲାଇନ ନକାଟିବା ପାଇଁ ଅନୁରୋଧ କରାଯାଇଥିଲା। ଆଗକୁ ଗ୍ରୀଷ୍ମଋତୁ ଆସୁଥିବା ବେଳେ ଏହି ବିଭାଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡ ଲାଇନ୍ ମାତ୍ର ୨ ଶହ ଟଙ୍କା ପାଇଁ ବିଚ୍ଛିନ୍ନ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୨ ଶହ ଟଙ୍କା ପାଇଁ ଦମକଳ କେନ୍ଦ୍ରର ଫୋନ୍ ବିଚ୍ଛିନ୍ନ
Advertisment
Follow Us