ଚଳନ୍ତା ବସରୁ ଖସି ଯାତ୍ରୀଙ୍କ ମୃତ୍ୟୁ

ଚଳନ୍ତା ବସରୁ ଖସି ଯାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା/ଲଇକେରା: ଏକ ଚଳନ୍ତା ଯାତ୍ରୀବାହୀ ବସରୁ ଖସିପଡ଼ି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଅର୍ଡା ଗ୍ରାମ ନିକଟରେ। ଶୁକ୍ରବାର ସକାଳେ ପ୍ରାୟ ସାଢ଼େ ୮ରେ ପ୍ରିନ୍ସି ( ଓଡ଼ି ୨୩ ୯୬୮୧) ଘରୋଇ ବସ୍ କବ୍ରିବାହାଲ ଠାରୁ ଝାରସୁଗୁଡ଼ା ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ଅଇତାପାଲିର ଜଣେ ଚାଷୀ ମୋହନ ସିଂ ନାଏକ( ୪୩) ଅଇତାପାଲିରୁ ଝାରସୁଗୁଡ଼ା ଆସିବା ପାଇଁ ଏହି ବସରେ ବସିଥିଲେ। ଅର୍ଡ଼ା-ଧୁତୁରା ପାଖରେ ମୋହନଙ୍କୁ ବାନ୍ତି ହେବାରୁ ସେ ବସ୍ ଅଟକାଇବାକୁ କହିଥିଲେ। ବସର ମୁଖ୍ୟ ଦ୍ବାରକୁ ଯାଇ ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ଗୁରତର ଆହତ ମୋହନଙ୍କୁ ଝାରସୁଗୁଡ଼ା ଡାକ୍ତରଖାନା ଆଣିବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe