ମହିଳାଙ୍କୁ ଆକୃଷ୍ଟ କରୁଛନ୍ତି ନବଙ୍କ ପତ୍ନୀ ମୀନତି

ମହିଳାଙ୍କୁ ଆକୃଷ୍ଟ କରୁଛନ୍ତି ନବଙ୍କ ପତ୍ନୀ ମୀନତି

ଝାରସୁଗୁଡ଼ା: ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପତ୍ନୀ ମୀନତି ଦାସ ଦ୍ବିତୀୟ ଦିନରେ ଗୁରୁବାର ଝାରସୁଗୁଡ଼ା ପୌରାଞ୍ଚଳରେ ତାଙ୍କ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ସହରର ବିଭିନ୍ନ ପଡ଼ାରେ ଥିବା ଭୋଟରଙ୍କ ଘରକୁ ଯାଇ ଶ୍ରୀମତୀ ଦାସ ବିଜେଡି ସରକାରଙ୍କ ସଫଳତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଶାସନ ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି। ସେ ମହିଳାଙ୍କ ଆକର୍ଷଣ ବୃଦ୍ଧି କରୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ମିସନ ଶକ୍ତିରେ ଲାଭବାନ ହଜାର ହଜାର ମହିଳା ଶ୍ରୀମତୀ ଦାସଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ କରୁଥିବା ବେଳେ ତାଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଉଛି। ଶ୍ରୀମତୀ ଦାସ ସହରର ୪ ନମ୍ବର ୱାର୍ଡ଼ର ଦିପୁପଡ଼ା, ମିସନ କମ୍ପାଉଣ୍ଡ, ଗୁଆଲାପଡ଼ା, ୱାର୍ଡ଼ ନମ୍ବର ୫ର ତେଲିଭଟା, କବରସ୍ଥାନପଡ଼ା, ଦଶରଥ ପଡ଼ା, ଇଟାଭଟା, କୁଲିପଡ଼ା ଓ ରେଲୱେ କଲୋନି ଅଞ୍ଚଳରେ ପଦଯାତ୍ରା କରିବା ସହିତ ବିଜେଡି ପାଇଁ ଭୋଟ ମାଗିଥିଲେ। ଏଥିରେ ସରିତା ଅଗ୍ରୱାଲ, ରିଙ୍କି କୌର, ପୁଷ୍ପା ନେଟି, ପଦ୍ମା ନାୟକ, ରୂପା ଦାସ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ। ଅପରପକ୍ଷରେ ଶ୍ରୀ ଦ‌ାସ ମଧ୍ୟ ଆଜି କୋଲାବିରା ବ୍ଳକର ବିଭିନ୍ନ ଗ୍ରାମରେ ମାରାଥାନ୍‌ ପ୍ରଚାର କରିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe