ଗୋ’ ଚାଲାଣ କରୁଥିବା ତିନି ପିକଅପ ଜାଳିଦେଲେ: ଗୋରୁଙ୍କୁ ଉଦ୍ଧାର କଲେ

ଗୋ’ ଚାଲାଣ କରୁଥିବା ତିନି ପିକଅପ ଜାଳିଦେଲେ: ଗୋରୁଙ୍କୁ ଉଦ୍ଧାର କଲେ

ଝାରସୁଗୁଡା: ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ । ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁରେ ତିନୋଟି ପିକଅପ ଗାଡ଼ିରେ ଚାଲାଣ ପାଇଁ ଗୋରୁ ଲୋଡ଼ କରାଯାଇଥିଲା। ସ୍ଥାନୀୟ ଲୋକେ ଯାଇ ପଚାରିବାରୁ ଡ୍ରାଇଭର ଓ ମାଫିଆ ଗାଡ଼ି ଧରି ପଳାଉଥିଲେ।

ସ୍ଥାନୀୟ ଲୋକେ ପିଛା କରିବାରୁ ତରବରିଆ ଭାବେ ମାଫିଆମାନେ ଜାତୀୟ ରାଜପଥରୁ ଅନ୍ୟତ୍ର ଖସି ଯିବାପାଇଁ ମଚିଦା ପଞ୍ଚାୟତ ଅନ୍ତର୍ଗତ ଦେଓପାଲୀ ଗାଁ ଭିତରକୁ ପଶିଥିଲେ। ସେଠାରୁ ଆଗକୁ ରାସ୍ତା ନଥିବାରୁ ଲୋକଙ୍କ ଉପରକୁ ଆକ୍ରମଣ କରି ଗୋରୁ ଲଦାଥିବା ଗାଡ଼ିଛାଡ଼ି ଫେରାର ମାରିଥିଲେ ଚାଲାଣକାରୀ। ଉତ୍ତ୍ୟକ୍ତ ଲୋକେ ଅଟକି ରହିଥିବା ପିକଅପ ଗାଡ଼ିକୁ ଜାଳି ପୋଡ଼ି ଦେଇଛନ୍ତି ଓ ଗାଈ ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲକୁ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe