ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌ ଘଟଣା:ଅପବାଦ ସହି ନପାରି ଆତ୍ମହତ୍ୟା କଲେ ଛାତ୍ରୀ

ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌ ଘଟଣା:ଅପବାଦ ସହି ନପାରି ଆତ୍ମହତ୍ୟା କଲେ ଛାତ୍ରୀ

ବୁର୍ଲା: ତିନି ଜଣ କଲେଜ ଛାତ୍ରୀ ମୋବାଇଲରେ ସର୍ବସାଧାରଣ ସ୍ଥାନରେ ଫଟୋ ନେଇଥିଲେ। ମାତ୍ର ଉକ୍ତ ଫଟୋକୁ କୌଣସି ପ୍ରକାର ମୋବାଇଲ ଫୋନରେ ପାଇ ଜଣେ ଅସାମାଜିକ ଯୁବକ ଅଶ୍ଲୀଳ ଟିପ୍ପଣୀ କରିଥିଲା। ଅଶ୍ଲୀଳ ଭାଷାରେ ଲେଖି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲା। ଘଟଣାଟି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ପରିସ୍ଥିତିରେ ଶୁକ୍ରବାର ଜଣେ ଛାତ୍ରୀ ଅପବାଦ ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଏହି
ଘଟଣା ପରେ ବୁର୍ଲା ସହରରେ ଚର୍ଚା ବେଶ୍‌ ଜୋର୍‌ ଧରିଥିଲା। ତିନି ଯୁବତୀଙ୍କ କଲେଜ ଯିବା ବନ୍ଦ ହୋଇଗଲା। ସେହି ତିନି ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଞ୍ଜିପାଲି ଗାଁର ଭାଗବତ ନାୟକଙ୍କ ଝିଅ ଗୀତାଞ୍ଜଳି ନାୟକ(୧୯) ଆତ୍ମହତ୍ୟା କରିଥିବା ଅଭିଯୋଗ କରାଯାଇଛି। ଛାତ୍ରୀଙ୍କ ପିତାଙ୍କ କହିବା ହେଲା ଗୀତାଂଜଳି ବିନିକାସ୍ଥିତ ସିଦ୍ଧାର୍ଥ କଲେଜର କଳା ଶେଷ ବର୍ଷରେ ପଢୁଥିଲେ। ସେ ଗତ ବର୍ଷ ତାଙ୍କ ଅନ୍ୟ ଦୁଇ ଜଣ ଝିଅ ସାଙ୍ଗ ସହ କଲେଜରେ ଏକ ଫଟୋ ଉଠାଇଥିଲେ। ଫଟୋଟି ଆପତ୍ତିଜନକ ନଥିଲ। ମାତ୍ର ଉକ୍ତ ଫଟୋରେ ଅତି କୁତ୍ସିତ ଭାଷା ଦେଇ ସଂପୃକ୍ତ ଯୁବକ ଜଣକ ଲେଖିବା ସହ ତାକୁ ସୋସିଆଲ ମିଡିଆ ଓ ହ୍ଵାଟସ୍‍ଅପରେ ଛାଡ଼ି ଦେଇଥିଲେ। ଏହା ପରେ ତାହା ଭାଇରାଲ କରାଯାଇଛି। ବୁର୍ଲା ମେଡିକାଲରେ ଛାତ୍ରୀ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବୁର୍ଲାଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ମୃତ ଛାତ୍ରୀଙ୍କ ପରିବାର ଲୋକେ ବିନିକା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe