ଝାରସୁଗୁଡ଼ା: ରାତ୍ରରେ ଜଣେ ପୁଲିସ ଏଏସ୍ଆଇଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ପୁଲିସ ବିଭାଗ ନାକେଦମ ହୋଇଯାଇଛି। ଶିବରାତ୍ରୀ ଯୋଗୁଁ ସ୍ଥାନୀୟ ଝାଡ଼େଶ୍ୱର ମନ୍ଦିରରେ ପ୍ରବଳ ଗହଳି ଯୋଗୁଁ ଏହି ଏଏସ୍ଆଇଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ରାତିରେ ଉକ୍ତ ଏଏସ୍ଆଇ ହାତରେ ଏକ ଛୁରି ଧରି ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ। ପୁଲିସ ପୁଣି ହାତରେ ଛୁରି ଧରି ଭିଡ଼ରେ ବୁଲୁଥିବାରୁ ଲୋକଙ୍କ ମନରେ ଛନ୍କା ପଶିଥିଲା। କିଛି ଲୋକଙ୍କ ସହିତ ଗଣ୍ଡଗୋଳ ପରେ ଉକ୍ତ ପୁଲିସ ଅଧିକାରୀ ଛୁରି ବାହାର କରି ଏଭଳି କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଆଉ କିଛି ତାଙ୍କ ମାନସିକ ସ୍ଥିତି ଭଲ ନଥିବା କହିଥିଲେ। ଏ ସଂପର୍କରେ ଆଇଆଇସି ସାବିତ୍ରୀ ବଳଙ୍କୁ ପଚାରିବାରୁ ସେ କହିଲେ ଯେ ଘଟଣା କଣ ହୋଇଛି ଆମେ ତଦନ୍ତ କରୁଛୁ। ଉକ୍ତ ଏଏସ୍ଆଇର ଡ୍ୟୁଟି ନଥିଲା। ତାଙ୍କୁ ଖୋଜୁଥିବା ଆଇଆଇସି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us