ପୁଲିସ ନିଷ୍କ୍ରିୟ: ରାସ୍ତା ଉପରେ ମଦ୍ୟପାନ

ପୁଲିସ ନିଷ୍କ୍ରିୟ: ରାସ୍ତା ଉପରେ ମଦ୍ୟପାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଏବେ ଖୋଲାଖୋଲି ମଦ ବେପାର ଚାଲିଥିବା ବେଳେ ମଦ୍ୟପାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ରହୁ ନାହିଁ। ଖୋଲାଖୋଲି ସ୍ଥାନରେ ସର୍ବସାଧାରଣ ଜାଗାରେ ମଦ୍ୟପାନ କରିବା ନିଷେଧ ଥିବା ବେଳେ ସହରର ପ୍ରତି ଛକରେ ମଦ କାରବାର ଚାଲିଛି। ଠିପିବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରେ ଖୋଲାଖୋଲି ମଦୁଆ ମାନେ ମଦ ପିଇ ପାଟିତୁଣ୍ଡ କରୁଥିବା ବେଳେ ପୁଲିସ ସେହି ରାସ୍ତାରେ ଯାଉଥିଲେ ମଧ୍ୟ ମୁହଁ ଖୋଲୁନଥିବା ପୁଲିସର ନିଷ୍କ୍ରିୟତାକୁ ପଦାରେ ପକାଇ ଦେଇଛି। ବସଷ୍ଟାଣ୍ଡ, ବେହେରାମାଲ ଛକ, ମେଡିକାଲ ନିକଟ, ସରବାହାଲ, ବିଟିଏମ୍‌, ବାଇପାସଛକ, ବିଜୁନଗର ଯେଉଁ ଆଡ଼େ ଦେଖ ଖୋଲାଖୋଲି ମଦ କାରବାର ଚାଲିଥିବା ଜଣାଯାଇଛି। କେବଳ କୋଲାବିରା ରାସ୍ତାରେ ଥିବା ଢାବା ଗୁଡ଼ିକରେ ମଦ ପିଇବା ପାଇଁ ଲୋକଙ୍କ ଭିଡ଼ ଲାଗି ରହୁଛି।

ଏହି ରାସ୍ତାରେ ତଥା ସହର ଭିତରେ ଏସ୍‌ପି, ଡିଏସ୍‌ପି ତଥା ବହୁ ପଦସ୍ତ ପୁଲିସ ଅଧିକାରୀ ଯାତାୟତ କରୁଥିଲେ ମଧ୍ୟ ଏହି ବେଆଇନ କାଯ୍ୟର୍ ଉପରେ ଆଙ୍କୁଶ ନଲଗାଇବା ଯୋଗୁଁ ପୁଲିସ ଏବେ ସମାଲୋଚନାର ଶିକାର ହେଉଛି। ଅନ୍ୟପଟେ ଅବକାରୀ ବିଭାଗ ମଧ୍ୟ ନିଦ୍ରିତ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ଗାଁ ଗାଁରେ ବେଆଇନ ଦେଶୀ ମଦ ଚୋରା କାରବାର ଲୋକଙ୍କୁ ତଳି ତଳାନ୍ତ କରି ପକାଇଲାଣି। ମଦ୍ୟପାନ ଯୋଗୁଁ ଅପରାଧିକ କାଯ୍ୟର୍କଳାପ ମଧ୍ୟ କାହିଁରୁ କାହିଁ ବୃଦ୍ଧି ପାଇଥିବା ବେଳେ ସହର ଠାରୁ ଗାଁ ପଯ୍ୟର୍ନ୍ତ ରାସ୍ତା ଘାଟରେ ମହିଳା ମାନେ ଚାଲିବା ମଧ୍ୟ କଷ୍ଟକର ହୋଇ ଗଲାଣି ବୋଲି ବହୁ ମହିଳା ସଂଗଠନ ଅଭିଯୋଗ କରିବା ଆରମ୍ଭ କଲେଣି। ଏହି ବେଆଇନ କାର୍ଯ୍ୟରେ ଆଙ୍କୁଶ ଲଗାଇବା ଓ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବନ୍ଦ କରିବାରେ ପୁଲିସ ପ୍ରଶାସନ କେବେ ଉଦ୍ୟମ କରିବେ ତାହା ଉପରେ ଏବେ ସଭିଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe