ଝାରସୁଗୁଡ଼ା ବିମାନବନ୍ଦରରୁ ଜାନୁଆରି ପ୍ରଥମ ସପ୍ତାହରୁ ଉଡ଼ିବ ନିୟମିତ ବିମାନ!

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା-ମୁମ୍ବାଇ ବିମାନ ସେବା

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୨୦୧୯ ଜାନୁଆରି ପ୍ରଥମ ସପ୍ତାହ ଠାରୁ ନିୟମିତ ଭାବରେ ବିମାନ ଉଡ଼ିବାର ଆଶା କରାଯାଉଛି। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନଙ୍କ ସୂଚନା ଅନୁସାରେ ବିମାନ ଉଡାଣ ନେଇ ଆଗାମୀ ଡିସେମ୍ବର ୩୧ରେ ଟେଣ୍ଡର ଖୋଲାଯିବା ପରେ ତାରିଖ ନିର୍ଦ୍ଧାରଣ କରାଯିବ।

ପାଇଲଟ ଟ୍ରେନିଂ ‘ଗତି’ ପାଇଁ ଅନୁମତି 

ବିମାନ ବନ୍ଦରରେ ଟ୍ରାଫିକ କମ୍‌ ଥିବା ବେଳେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଥିବାରୁ ଏଠାରେ ଗଭର୍ଣ୍ଣମେଣ୍ଟ ଏଭିଏସନ୍‌ ଟ୍ରେନିଂ ଇଷ୍ଟିଚ୍ୟୁଟ(ଜିଏଟିଆଇ)ର ଏକ କେନ୍ଦ୍ର ଖୋଲିବା ପାଇଁ ସଂପ୍ରତି ଅନୁମତି ମିଳିଥିବା ବେଳେ ଟ୍ରେନିଂ କେନ୍ଦ୍ର କର୍ତ୍ତୃପକ୍ଷ ବିମାନବନ୍ଦର ପରିଦର୍ଶନ କରି ଫେରିଯାଇଛନ୍ତି। ଟ୍ରେନିଂ ସେଣ୍ଟର ଖୋଲିଲେ ଏଠାରେ କ୍ଲାସ ରୁମ୍‌, ହଷ୍ଟେଲ ପ୍ରଭୃତି ନିମାର୍ଣ ପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇଥିବା ଜଣାଯାଇଛି।

ଝାରସୁଗୁଡ଼ା ଠାରୁ ଯାତ୍ରୀମାନେ ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ରାୟପୁର ଏବଂ ଭୁବନେଶ୍ୱର ଯାତ୍ରା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ  ଭାବରେ ବିମାନ ଉଡାଣ ପାଇଁ ୩ଟି କମ୍ପାନି ଟେଣ୍ଡର ପକାଇଛନ୍ତି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ବିମାନ ଉଡାଣ ନେଇ ସ୍ପଷ୍ଟ ଭାବରେ କୁହାଯାଇ ପାରିବ। ସୂଚନାଯୋଗ୍ୟ ଉଡାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe