ବାଗଡ଼ିହି ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ବାଗଡ଼ିହି ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ବନାଞ୍ଚଳ କାଦବାହାଲ ଭୁତପଡ଼ା ଅଞ୍ଚଳରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଫରେଷ୍ଟର ବୁଧୁରାମ ରୋହିଦାସଙ୍କର ସୂଚନା ଅନୁସାରେ ଭୁତପଡ଼ା ଗ୍ରାମର କିଛି ଲୋକ ଜଙ୍ଗଲ ନିକଟରେ ଥିବା ପୋଖରୀକୁ ରାତ୍ର ପ୍ରାୟ ସାଢ଼େ୧୦ଟା ସମୟରେ ଲଗାଣ ବର୍ଷାରେ ପୋଖରୀରୁ ଉଠୁଥିବା ମାଛ ମାରିବାକୁ ଯାଇଥିଲେ। ପୋଖରୀ ନିକଟରେ ଏକ ବଜ୍ରକାପ୍ତାକୁ ଦେଖି ଧରି ଘରକୁ ନେଇ ଆସିଥିଲେ।

ବର୍ତ୍ତମାନଗ ଉକ୍ତ ଗ୍ରାମ ନିକଟରେ ହାତୀ ଚଳପ୍ରଚଳ କରୁଥିବାରୁ ବନ ବିଭାଗର ଫରେଷ୍ଟର ଶ୍ରୀ ରୋହିଦାସଙ୍କ ସମେତ ହାତୀ ଘଉଡାଇବା ସ୍କ୍ବାଡ ଭୁତପଡ଼ା ନିକଟରେ ଥିଲେ। ଫୋନ ପାଇ ସଂଗେ ସଂଗେ ବନ ବିଭାଗର ସ୍କ୍ବାଡ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବଜ୍ରକପ୍ତାଟିର ଓଜନ ହାରାହାରି ୫ରୁ ୭ କେଜି ହେବ ବୋଲି ଅନୁମାନ କରାଯାଉଛି। ଆଜି ପ୍ରାଥମିକ ଚିକିତ୍ସା ପରେ ବନ ବିଭାଗର ଅଧିକାରୀଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତାକୁ ଜଙ୍ଗଲ ମଧ୍ୟରେ ଛଡ଼ାଯିବ ବୋଲି କହିଛନ୍ତି ଫରେଷ୍ଟର ରୋହିଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe