ପିସ୍ତଲ, ଖଣ୍ଡା ଜବତ:ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୧୦

ପିସ୍ତଲ, ଖଣ୍ଡା ଜବତ:ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୧୦

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ଡକାୟତି ଉଦ୍ୟମ ଯୋଜନା କରୁଥିବା ଅଭିଯୋଗରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶୁକ୍ରବାର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍ଡ଼ିପିଓ କୈଳାସଚନ୍ଦ୍ର ଆଚାର୍ଯ୍ୟ। ଗୁରୁବାର ରାତି ଝାରସୁଗୁଡ଼ା ନୂଆଁ ବସଷ୍ଟାଣ୍ଡ ପରିସରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଗିରଫ ମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଦିଲୀପ ରାଜବଂଶୀ, ଟଙ୍ଗନା ନାଇଡ଼ୁ, ରବି ମୁଦାଲିଅର, କାର୍ତ୍ତିକ ମାଲି, ଗୌତମ ସିଂହ, କିଶୋର ମୁଦାଲିଅର, ଚନ୍ଦ୍ର ମାଲି, ଝାରସୁଗୁଡ଼ା ଦିପୁପଡ଼ାର ମନିଷ ମୟୁର, ଭାଟିପଡ଼ାର କୁନାଏ ବନଛୋର ଓ ମଧ୍ୟପ୍ରଦେଶ ରାମନଗରର ବିମଲେନ୍ଦର ଦ୍ବିବେଦୀ। ଏମାନଙ୍କ ଠାରୁ ନଗଦ ୪୪ ହଜାର ୫୬୦ ଟଙ୍କା, ଗୋଯିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ୩ଟି ଖଣ୍ଡା, ୬ଟି ଲୁହା ରଡ଼୍, ୭ଟି ମୁଖା, ୧୧ଟି ମୋବାଇଲ ଫୋନ୍, ଗୋଟିଏ ଟର୍ଚ୍ଚ ଲାଇଟ୍ ଜବତ କରାଯାଇଛି। ପୂର୍ବରୁ ଝାରସୁଗୁଡ଼ା ସମେତ କଟକ, ପୁରୀ, ସମ୍ବଲପୁରର ବିଭିନ୍ନ ଥାନାରେ ମାମଲା ରହିଥିବା ଏସ୍ଡ଼ିପିଓ ଶ୍ରୀ ଆଚାର୍ଯ୍ୟ ଜଣାଇଛନ୍ତି। ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ବରେ ଇନ୍ସପେକ୍ଟର ପବିତ୍ର କିସାନ, ଏସ୍ଆଇ ପିକେ ସ୍ବାଇଁ, ଏସ୍ଆଇ ଏସ୍କେ ନାଏକ, ଏଏସ୍ଆଇ ଏସ୍. କୁଜୁର ପ୍ରମୁଖ ତଦନ୍ତ ଭାର ନେଇଛନ୍ତି। ଏମାନେ ବ୍ୟାଙ୍କ ସମ୍ମୁଖରୁ ଲୋକଙ୍କ ଟଙ୍କା ଛଡ଼ାଇ ନେଉଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe