ଦିନ ଦ୍ୱିପ୍ରହରରେ ଘରେ ପଶି ସଶସ୍ତ୍ର ଡକାୟତି, ୭ ଲକ୍ଷ ସମେତ ମୁଦି-ଚେନ୍‌ ଲୁଟ୍‌

ଦିନ ଦ୍ୱିପ୍ରହରରେ ଘରେ ପଶି ସଶସ୍ତ୍ର ଡକାୟତି, ୭ ଲକ୍ଷ ସମେତ ମୁଦି-ଚେନ୍‌ ଲୁଟ୍‌

ଝାରସୁଗୁଡ଼ା: ଲଇକେରା ଥାନା ଅନ୍ତର୍ଗତ ବାଗଡିହ ଗ୍ରାମରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ପେଟ୍ରୋଲ ପମ୍ପ ମାଲିକ ଦୌଲତ ରାମ ବନ୍ଧନଙ୍କ ଘରେ ଆଜି ଅପରାହ୍ନ ୧ଟା ୩୦ରେ ଏହି ଲୁଟ୍‌ ହୋଇଛି।

ଘଟଣା ଥିଲା ଏମିତି :
ଦୌଲତ ରାମ ବନ୍ଧନଙ୍କ ପରିବାର ଲୋକେ ମଧ୍ୟାହ୍ନ ଭୋଜନ ସାରି ଏକାଠି ବସିଥିବା ବେଳେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କଳା ମୁଖା ପିନ୍ଧିଥିବା ବେଳେ ଅନ୍ୟ ୪ ଜଣ ସାଧା ପୋଷାକରେ ଥିଲେ। ଘର ସମ୍ମୁଖ ଗେଟ୍‌କୁ ଦୁର୍ବୃତ୍ତମାନେ ବାଡ଼େଇବା  ପରେ ପରିବାରର କେହି ଜଣେ ଗେଟ୍‌ ଖୋଲିଥିଲେ। ପୂର୍ବ ଯୋଜନା ଅନୁସାରେ ଦୁର୍ବୃତ୍ତମାନେ ଘର ଭିତରକୁ ହଠାତ୍‌ ପ୍ରବେଶ କରି ପରିବାର ଲୋକଙ୍କୁ ବନ୍ଧୁକ ଓ ଛୁରୀ ମୁନ୍‌ରେ ଡାଇନିଙ୍ଗ୍‌ରେ ବସାଇ ଦେଇଥିଲେ। ଏହା ପରେ ସେମାନେ ଲକର୍‌ ଚାବି ମାଗି ପ୍ରାୟ ୭ ଲକ୍ଷ ଟଙ୍କା, ୨ଟି ସୁନା ମୁଦି, ୨ଟି ଚେନ୍‌ ଲୁଟି ନେଇ ପଳାଇଥିଲେ। ଦୁବୃର୍ତ୍ତମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ ବୋଲି ଲୁଟ୍‌ର ଶିକାର ହୋଇଥିବା ପରିବାର ଲୋକେ ପୁଲିସକୁ କହିଛନ୍ତି।

ସୂଚନା ପାଇ ଝାରସୁଗୁଡ଼ା ଏସଡିପିଓ ଓ ଲଇକେରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତନାଘନା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe