ଜୁଆ ଆଡ୍ଡାରେ ଚଢ଼ଉ:୮ ଗିରଫ, ୭୯ ହଜାର ସହ ୧୦ ବାଇକ ଓ କାର ଜବତ

ଜୁଆ ଆଡ୍ଡାରେ ଚଢ଼ଉ:୮ ଗିରଫ, ୭୯ ହଜାର ସହ ୧୦ ବାଇକ ଓ କାର ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ବିଜୁନଗର ସ୍ଥିତ ଏକ ପଡ଼ିଆ ମଧ୍ୟରେ ଜୁଆ ଖେଳ ଚାଲିଥିବାରୁ ପୁଲିସ ଗୁରୁବାର ରାତିରେ ଚଢ଼ଉ କରିଥିଲା। ଜୁଆ ଖେଳୁଥିବା ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ଧରିଥିବା ବେଳେ ଘଟଣାସ୍ଥଳରୁ ୭୯ ହଜାର ୭୬୦ ଟଙ୍କା, ତାସ ପତା, ୧୦ଟି ବାଇକ ଓ ଗୋଟିଏ କାରକୁ ଜବତ କରାଯାଇଛି। ଅଭିଯୁକ୍ତମାନେ ଝଣ୍ଡାଚୌକର ଅମର ସିଂହ, ମଙ୍ଗଳବଜାରର ରାଜା ଖାନ୍‌, ମାରଓ୍ଵାଡ଼ିପଡ଼ାର ବବୁଲ ସିଂହ, ଓରିଏଣ୍ଟ ଥାନା ଦୁର୍ଗାନଗରର ଜଗଦୀଶ ଦେବତା, ରାଜେଶ ରାମ, କବରସ୍ଥାନପଡ଼ାର ଏମ୍‌ଡ଼ି ତେବରେଜ, ପୁରୁଣାବସ୍ତିର ସୂରଜ ମଣ୍ଡଳ, ମେନ୍‌ରୋଡ଼୍‍ର ରବି ଗିଦଓ୍ଵାନି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଟିଏମ୍‌ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe