ସ୍କ୍ରାପ୍‌ ଗାଡ଼ି ଜବତ : ଡ୍ରାଇଭର ଗିରଫ

ଦୁଇ ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଝାରସୁଗୁଡ଼ା: ବଡ଼ମାଳ ଥାନା ଖେରୁଆଲ ବ୍ରିଜ ନିକଟରେ ବୁଧବାର ରାତିରେ ଏକ ସ୍କ୍ରାପ୍‌ ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି। ଏକ ବଲେରୋ ପିକ୍‌ଅପ୍‌ ଭ୍ୟାନରେ ପ୍ରାୟ ୭ କୁଇଣ୍ଟାଲ ସ୍କ୍ରାପ୍‌ ବୋଝେଇ ହୋଇ ଯାଉଥିବା ବେଳେ ପୁଲିସ ଏହାକୁ ଯାଞ୍ଚ କରିଥିଲେ। ଡ୍ରାଇଭର ଜ୍ଞାନ ପ୍ରକାଶ ଏହି ସ୍କ୍ରାପ କେଉଁଠୁ ଆସିଛି କେଉଁଠିକୁ ଯାଉଛି ସେ ନେଇ କିଛି କହି ନଥିବାରୁ ପୁଲିସ ଗାଡ଼ି ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି। ଏହି ଗାଡ଼ିର ମାଲିକ ରେଙ୍ଗାଲି ଗୁରୁପାଲିର ମହମ୍ମଦ ରୁସ୍‌ତମ୍‌ ନାମରେ ମଧ୍ୟ ମାମଲା ଦାୟାର ହୋଇଥିବା ବଡ଼ମାଳ ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe