ଝାରସୁଗୁଡ଼ା/କୋଲାବିରା: ଗୁରୁବାର ପୂର୍ବାହଣ ସାଢ଼େ ୧୧ଟାରେ ମଙ୍ଗଳବଜାରଠାରେ ଏକ ମାରୁତି କାର ଧକ୍କାରେ ଜଣେ ଫଳ ଦୋକାନୀ ଶିବ ସଇଗଲ (୫୫) ଗୁରୁତର ଆହତ ହୋଇଛନ୍ତି। ସୋନପୁର ଅଞ୍ଚଳରୁ ଆସିଥିବା ଏକ କାର୍ ଧକ୍କା ଦେଇଥିଲା। ସେହିପରି ସରବାହାଲ ଠାରେ ବାଇକ ଓ ସ୍କୁଟର ମଧ୍ୟରେ ଧକ୍କା ହେବାରୁ ସ୍କୁଟର ଚାଳକ ପ୍ରମୋଦ ପାଢ଼ୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏନେଇ ଦୁଇଟି ମାମଲା କରିଥିବା ଇନ୍ସପେକ୍ଟର ପବିତ୍ର କିସାନ ଜଣାଇଛନ୍ତି।
ମଧ୍ୟାହ୍ନ ସମୟରେ ଏନଏଚ ୪୯ କୁଣ୍ଡୁରୁସିଂହା ବୁଲାଣିଠାରେ କୁଚିଣ୍ଡା ପଟୁ ଝାରସୁଗୁଡ଼ା ଯାଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ କାରରେ ଥିବା କୁନ୍ତରା ନିବାସୀ ଦିଲୀପ କିଷାନ ଗୁରୁତର ଆହତ ହୋଇଛନ୍ତି। କାରଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଏହି ସ୍ଥାନରେ ସ୍ପିଡ ବ୍ରେକର ପାଇଁ ଦାବି ହୋଇଛି।
ପୃଥକ ଦୁର୍ଘଟଣା ୩ ଆହତ
Advertisment
Follow Us