ସିରିଜ ଦୁର୍ଘଟଣା: ଟ୍ରଲର ଧକ୍କାରେ ଟ୍ରକ୍‌ ସହ ୨କାର ଦୁର୍ଘଟଣାଗ୍ରସ୍ତ

Advertisment

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଛକ ନିକଟରେଏକ ରବିବାର ଅପରାହ୍‌ଣରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଛକ ନିକଟରେଏକ ରବିବାର ଅପରାହ୍‌ଣରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

braja

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଛକ ନିକଟରେଏକ ରବିବାର ଅପରାହ୍‌ଣରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମିଣ୍ଟୁ ସିଂ (୩୬)। ତାଙ୍କ ଘର ଝାଡ଼ଖଣ୍ଡରେ।

ଦୁର୍ଘଟଣା  ଅପରାହ୍ନ ସାଢ଼େ ୫ଟାରେ ଘଟିଛି। ଅପରାହ୍ନରେ ଝାରସୁଗୁଡ଼ାରୁ ଛତିଶଗଡ଼ ପଟକୁ ଯାଉଥିବା ଏକ ଟ୍ରେଲର (ଓଡ଼ି ୨୩ ପି ୭୯୧୮)ଟି ଛତିଶଗଡ଼ ପଟୁ ଝାରସୁଗୁଡା ପଟକୁ ଆସୁଥିବା ଏକ ଟ୍ରକ (ଓ ଡ଼ି ୨୩  ଏ ୩୫୫୯)କୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇଥିଲା। ଫଳରେ ଟ୍ରେଲର  ସମ୍ମୁଖରୁ ଆସୁଥିବା ଏକ ଇନୋଭାକୁ ଧକ୍କା ଦେବା ପରେ ଟ୍ରେଲର ଡ୍ରାଇଭର  ମିଣ୍ଟୁ ତଳେ ପଡ଼ିଯାଇଥିଲା। କିନ୍ତୁ  ଟ୍ରେଲର ଟିର ଯଦିଓ ଗତି କମିଯାଇଥିଲା। କିନ୍ତୁ ସମ୍ମୁଖରୁ ଆସୁଥିବା ଏକ ସ୍କରପିଓକୁ ମଧ୍ୟ ଧକ୍କା ଦେଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛିl ଲୋକେ ରାସ୍ତାକୁ ଓଲ୍ହାଇଥିବାବେଳେ ପୁଲିସ ସେମାନଂକୁ ବୁଝା ସୁଝା କରିଛିl ଏହି ଦୁର୍ଘଟଣାରେ ଦୁଇଟି କାର ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛିl ଏନେଇ ରେଙ୍ଗାଲି ପୁଲିସ ଟ୍ରେଲର ମାଲିକ ସହିତ ଯୋଗାଯୋଗ କରୁଛି। ମୃତ ପିଣ୍ଟୁର ପରିବାର ଆସିବା ପରେ ଶବ ବ୍ୟବଛେଦ ହେବ।

Accident | Jharsuguda

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe