ବେଲପାହାଡ଼ ଷ୍ଟେସନରେ ଟ୍ରେନ ରହଣି ଦାବି: ରେଳ ୟୁଜର୍ସ ଫୋରମ ପକ୍ଷରୁ ଧାରଣା, ୧୪୪ ଧାରା ଜାରି

ବେଲପାହାଡ଼ ଷ୍ଟେସନରେ ଟ୍ରେନ ରହଣି ଦାବି: ରେଳ ୟୁଜର୍ସ ଫୋରମ ପକ୍ଷରୁ ଧାରଣା, ୧୪୪ ଧାରା ଜାରି

indiarailinfo.com

ଇବଥର୍ମାଲ/ ବ୍ରଜରାଜନଗର: ୨୦୧୯ କୋଭିଡ ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହଣି କରୁଥିବା ସମସ୍ତ ପାସେଞ୍ଜର ଓ ଦ୍ରୁତଗାମୀ ଟ୍ରେନର ପୁନଃ ରହଣି ଦାବିରେ ଆଜି ବେଲପାହାଡ଼ ଷ୍ଟେସନରେ ବେଲପାହାଡ଼- ଲଖନପୁର ବ୍ଲକ୍ ରେଳ ୟୁଜର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି। ଫୋରମର କର୍ମକର୍ତ୍ତାଙ୍କ କହିବା ଅନୁଯା୍ୟୀ ଯେହେତୁ ରେଳବାଇ କର୍ତ୍ତୃପକ୍ଷ ୪ଟି ଟ୍ରେନର ଏଠାରେ ରହଣି ଦାବିକୁ ମାନି ନେଇଛନ୍ତି, ତେଣୁ ସେମାନେ ରେଳରୋକ ନ କରି କେବଳ ଧାରଣା ଦେଇଛନ୍ତି। ସମସ୍ତ ୭ଟି ଟ୍ରେନର ବେଲପାହାଡ଼ରେ ରହଣି କରାଯିବା ପରେ ସେମାନେ ଧାରଣାରୁ ଓହରିବେ। ଏଣେ ବେଲପାହାଡ଼ ଷ୍ଟେସନରେ ୧୪୪ ଧାରା ଜାରି ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ୨୩ ତାରିଖରେ ବେଲପାହାଡ଼ ବନ୍ଦ ସହ ରେଳରୋକ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏ ବାବଦରେ ବେଲପାହାଡ଼- ଲଖନପୁର ବ୍ଲକ୍ ରେଳ ୟୁଜର୍ସ ଫୋରମ ପକ୍ଷରୁ ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା।
ଗତ ଶୁକ୍ରବାର ବେଲପାହାଡ ମାଉସୀ ମନ୍ଦିର ଓ ଲଖନପୁରଠାରେ ରେଳରୋକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବୈଠକରେ ଆନ୍ଦୋଳନକୁ ସଫଳ କରିବା ପାଇଁ ବେଲପାହାଡ଼ ସହରର ପ୍ରତି ପଡ଼ା ଓ ବ୍ଲକ୍ର ପ୍ରତି ଗାଁରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ରହଣି ଥିବା ୪ଟି ପାସେଞ୍ଜର ଟ୍ରେନ, ତିନିଟି ଦୈନିକ ରହଣି କରୁଥିବା ଏକ୍ସପ୍ରେସ, ମାସକୁ ଦୁଇଥର ରହଣି ଥିବା ଗୋଟିଏ ଏକ୍ସପ୍ରେସ, ମାସକୁ ଥରେ ରହଣି କରୁଥିବା ଗୋଟିଏ ଏକ୍ସପ୍ରେସ ଟ୍ରେନର ରହଣିକୁ ବାତିଲ କରିଥିବା ବେଳେ ଏହାକୁ ପୁନଃ ରହଣି ପାଇଁ ରେଳ ବିଭାଗ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ଆନ୍ଦୋଳନ କରାଯିବ ପାଇଁ ବୈଠକରେ ନିର୍ଣ୍ଣୟ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe