ଝାରସୁଗୁଡ଼ା: ଲଇକେରା ଥାନା ରଙ୍ଗିଆକଟା ଗାଁରେ ବୃଦ୍ଧା ମା’କୁ ଇଟା କଚାଡ଼ି ଏବଂ ହାତ ତିଆରି କ୍ରିକେଟ ବ୍ୟାଟ୍ରେ ପିଟି ହତ୍ୟା କରିଛି। ସୂଚନା ଅନୁସାରେ ଆଦ୍ରା କୁସୁମଙ୍କ ପୁଅ ଲୋକେଶ୍ୱର କୁସୁମ ଶୁକ୍ରବାର ପାରିବାରିକ କଳହକୁ ନେଇ ନିଜ ୬୦ ବର୍ଷୀୟ ବୃଦ୍ଧା ମା’ ଅସମତି କୁସୁମକୁ ଇଟା ଓ କ୍ରିକେଟ ବ୍ୟାଟରେ ଆକ୍ରମଣ କରିଥିଲା। ଫଳରେ ଅସମତି ଚେତା ହରାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/post_attachments/wp-content/uploads/2019/02/Jsg-300x229.jpg)
ଶୁକ୍ରବାର-ଶନିବାର ରାତି ବୃଦ୍ଧାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରିଛି। ଫେରାର ଅଭିଯୁକ୍ତକୁ ପୁଲିସ ଭାତଲାଡିଆ ଠାରୁ ଆଜି ଅପରାହ୍ନରେ ଗିରଫ କରିଛି। ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଲଇକେରା ପୁଲିସ କହିଛି।
Follow Us